ଭୁବନେଶ୍ୱର : ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ଦମନ ପାଇଁ ସୁରକ୍ଷା ସଂଯୁକ୍ତ ଖର୍ଚ(ଏସ୍ଆରଇ) ବାବଦରେ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କୁ ପ୍ରାୟ ୭୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯିବ। ଏଥିମଧ୍ୟରୁ କେନ୍ଦ୍ର ସରକାର ଦେବେ ପ୍ରାୟ ୬୦ କୋଟି। ଆଜି ଏସ୍ଆରଇ ନେଇ ସଚିବାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏ ନେଇ ସୂଚନା ଦେଇ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ କହିଲେ ଯେ, ବିଗତ ବର୍ଷମାନଙ୍କରେ ରାଜ୍ୟର ୧୯ଟି ଜିଲ୍ଲାରେ ବାମପନ୍ଥୀ ଉଗ୍ରବାଦ ଦମନ ପାଇଁ ସୁରକ୍ଷା ସଂଯୁକ୍ତ ଖର୍ଚ ବାବଦରେ କେନ୍ଦ୍ର ସରକାର ଶତ ପ୍ରତିଶତ ଅର୍ଥ ଦେଉଥିଲେ। ଆସନ୍ତାବର୍ଷଠାରୁ ଉଭୟ କେନ୍ଦ୍ର, ରାଜ୍ୟ ସରକାର ଏହି ଖର୍ଚ ବାବଦରେ ୬୦:୪୦ ଅନୁପାତରେ ଅନୁଦାନ ଯୋଗାଇଦେବେ। ଏହା ରାଜ୍ୟ ରାଜକୋଷ ଉପରେ ବୋଝ ସୃଷ୍ଟି କରିବ। ୭୦ କୋଟିର ପ୍ରସ୍ତାବରେ ବାମପନ୍ଥୀ ଉଗ୍ରବାଦ ଜିଲ୍ଲାଗୁଡ଼ିକରେ ପୁଲିସ୍ ଥାନାଗୁଡ଼ିକର ସୁରକ୍ଷାକୁ ମଜବୁତ୍, ରାଜ୍ୟରେ ନିୟୋଜିତ କେନ୍ଦ୍ରୀୟ ସୁରକ୍ଷା ବାହିନୀଙ୍କ ଗାଡ଼ି ତଥା ଅନ୍ୟାନ୍ୟ ଖର୍ଚ ଭରଣା କରାଯିବ ବୋଲି ଶ୍ରୀ ତ୍ରିପାଠୀ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ।