ଭୁବନେଶ୍ବର : ଏଲ୍ଭି ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍ (ଏଲ୍ଭିପିଇଆଇ)ରେ ମାୟୋପିଆ ଦୂରୀକରଣକୁ ନେଇ ଏକ ସଚେତନତା ଅଭିଯାନ ଆୟୋଜନ କରାଯାଇଛି। ମାୟୋପିଆ ଥିବା ପିଲାମାନେ ପ୍ରାୟତଃ ବିଦ୍ୟାଳୟରେ ବ୍ଲାକ୍ବୋର୍ଡ ପଢ଼ିବାରେ ଅସୁବିଧା ସାମ୍ନା କରନ୍ତି ଏବଂ ବହି କିମ୍ବା କୌଣସି ଜିନିଷ ଦେଖିବା ପାଇଁ ସେମାନଙ୍କ ମୁହଁରେ ଅତି ପାଖରେ ଧରନ୍ତି। କମ୍ ସମୟ ଶୋଇବା ଓ ଠିକ୍ ଭାବେ ନଖାଇବା ମାୟୋପିଆ ରୋଗ ସହ ଜଡ଼ିତ।
Sambad is now on WhatsApp
Join and get latest news updates delivered to you via WhatsApp
ଏଲ୍ଭିପିଇଆଇର ଡାକ୍ତର ବିବେକ ୱାକର୍ଡ ଏବଂ ମରିୟମ୍ ହାଇମ୍ୟାନ୍ ଚିଲ୍ଡ୍ରେନ୍ସ ଆଇ ସେଣ୍ଟର ମୁଖ୍ୟ ମିଥୁ ତୁଳସୀ କହିଛନ୍ତି ଯେ ମାୟୋପିଆ ନିରୂପଣ ନହେବା କିମ୍ବା ତାହାର ଚିକିତ୍ସା ନକରାଇବା ଦ୍ବାରା ପିଲାଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ମାୟୋପିଆ ପୀଡ଼ିତ ପିଲାମାନଙ୍କଠାରେ ଚକ୍ଷୁ ସମ୍ପର୍କିତ ଅନ୍ୟାନ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ମାୟୋପିଆ ରୋଗ ଥିବା ପ୍ରାୟ ୪% ଭାରତୀୟ ବ୍ୟକ୍ତି ଜଟିଳତା କାରଣରୁ ସ୍ଥାୟୀ ଭାବେ ଦୃଷ୍ଟିଶକ୍ତି ହରାଇପାରନ୍ତି ବୋଲି ଡାକ୍ତର ବିବେକ କହିଛନ୍ତି।