ଭୁବନେଶ୍ବର: ଉନ୍ନତମାନର ସେବା ଯୋଗାଇ ପୂର୍ବ ଓଡ଼ିଶାରେ ସ୍ବତନ୍ତ୍ର ପରିଚୟ ସୃ୍ଷ୍ଟି କରିଥିବା ସ୍ପର୍ଶ ହସ୍ପିଟାଲ୍ର ୧୬ତମ ପ୍ରତିଷ୍ଠା ଦିବସ ରେଳକୁଞ୍ଜରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ମୋ’ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ଅନ୍ୟତମ ଅତିଥି ନିର୍ମଳା ଟ୍ରଷ୍ଟ୍ର ପ୍ରତିଷ୍ଠାତା ନୃସିଂହଚରଣ ଧୀର, ହସ୍ପିଟାଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରିୟବ୍ରତ ଧୀର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର୍ ଡାକ୍ତର ଘନଶ୍ୟାମ ବିଶ୍ବାସ, ଅର୍ଥ ନିର୍ଦ୍ଦେଶକ ବିଧୂଭୂଷଣ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲା। ଏହି ଅବସରରେ ମନୋରଂଜନଧର୍ମୀ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ଓଡ଼ିଆ ସିନେ ତାରକା ସବ୍ୟସାଚ୍ଚୀ ମହାପାତ୍ର, ଅର୍ଚ୍ଚିତା ଓ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପ୍ରମୁଖ ଯୋଗ ଦେଇଥିଲେ।