ମହଙ୍ଗା ହେଲା ମାରୁତି ସୁଜୁକି କାର୍‌

ନୂଆଦିଲ୍ଲୀ: ମାରୁତି ସୁଜୁକି ଏହାର ବିଭିନ୍ନ ମଡେଲ୍‌ କାର୍‌ର ଦାମ୍‌ ବଢ଼ାଇଛି। ବିଭିନ୍ନ ମଡେଲ୍‌ ଦାମ୍‌ରେ ୦.୪୫% ବୃଦ୍ଧି କରିଛି। ନୂଆ ଦର ଜାନୁଆରି ୧୬ରୁ ଲାଗୁ ହୋଇଛି। ଏହି ଦରବୃଦ୍ଧି ସମ୍ପର୍କରେ କଂପାନି ଗତବର୍ଷ ଶେଷ ଆଡ଼କୁ ସୂଚନା ଦେଇଥିଲା। କିନ୍ତୁ ଦାମ୍ କେତେ ବଢ଼ିବ ତାହା ଜଣାଇ ନଥିଲା। ଗାଡ଼ି ନିର୍ମାଣରେ ବ୍ୟବହାର ହେଉଥିବା କଞ୍ଚାମାଲ୍ ଦର ବଢ଼ିବାରୁ କଂପାନି ଗାଡ଼ି ଦାମ୍ ବଢ଼ାଇବାକୁ ବାଧ୍ୟ ହେଉଥିବା କହିଥିଲା। କେବଳ ମାରୁତି ସୁଜୁକି ନୁହେଁ, ଦେଶର ବହୁ କମ୍ପାନି ଗାଡ଼ି ମୂଲ୍ୟ ବଢ଼ାଇବା ସମ୍ପର୍କରେ ଆଗୁଆ ସୂଚନା ଦେଇଥିଲେ। ଭଲ୍‌ଭୋ ଇଣ୍ଡିଆ ଏହାର ଗାଡ଼ି ଦାମ୍‌ ୨ ପ୍ରତିଶତ ବଢ଼ାଇଛି। ଏହା ବ୍ୟତୀତ ଫକ୍ସୱାଗନ, ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ହୋଣ୍ଡା କାର୍‌ସ ଇଣ୍ଡିଆ ଏବଂ ହୁଣ୍ଡାଇ ମୋଟର ଇଣ୍ଡିଆ ମଧ୍ୟ ଗାଡ଼ି ଦର ବଢ଼ାଇବାର ସୂଚନା ଦେଇଥିଲେ। ସୁପର ବାଇକ୍ ନିର୍ମାତା ଡୁକାଟି, ବିଳାସପୂର୍ଣ୍ଣ କାର୍ ନିର୍ମାତା ମର୍ସିଡିସ୍-ବେଞ୍ଜ୍‌ ଓ ଅଡି ମଧ୍ୟ ଦରବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର