ସବୁ ସରକାରୀ ବ୍ୟାଙ୍କର ଲାଭ; କାହାର ଲାଭ କେତେ?

ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ଅସୁଲ ହୋଇପାରୁନଥିବା ଋଣ ବା ଏନ୍‌ପିଏ ସମସ୍ୟା ଦେଇ ଗତି କରୁଥିବା ସରକାରୀ ବ୍ୟାଙ୍କଗୁଡ଼ିକ ଲାଭ ପଥକୁ ଫେରିଛନ୍ତି। ଦେଶର ୧୨ ସରକାରୀ ବ୍ୟାଙ୍କ ଲାଭ କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ‌ଶେଷ ଦ୍ବିତୀୟ ତ୍ରୈମାସିକରେ ସରକାରୀ ବ୍ୟାଙ୍କଗୁଡ଼ିକର ମିଳିତ ନେଟ୍ ଲାଭ ପରିମାଣ ୫୦ ପ୍ରତିଶତ ବୃଦ୍ଧି ପାଇ ୨୫,୬୮୫ କୋଟି ଟଙ୍କା ହୋଇଛି। ବର୍ଷର ପ୍ରଥମ ଛଅ ମାସରେ ସେମାନଙ୍କ ଲାଭ ୩୨ ପ୍ରତିଶତ ବୃଦ୍ଧି ପାଇ ୪୦,୯୯୧ କୋଟି ଟଙ୍କା ହୋଇଛି।

ଦୁଇଟି ସରକାରୀ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଯଦିଓ ଲାଭ କରିଛନ୍ତି, କିନ୍ତୁ ଏନ୍‌ପିଏ ମୁକାବିଲା ଲାଗି ଅଧିକ ରାଶି ପ୍ରୋଭିଜନିଂ ପାଇଁ ରଖିବା ଯୋଗୁ ଲାଭରେ ବୃଦ୍ଧିର ହାର ହ୍ରାସ ପାଇଛି। ଦଶଟି ବ୍ୟାଙ୍କର ନେଟ୍ ଲାଭ ଗତବର୍ଷର ଦ୍ବିତୀୟ ତ୍ରୈମାସିକ ତୁଳନାରେ ୧୩-୧୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ୟୁକୋ ବ୍ୟାଙ୍କର ଲାଭ ୧୪୫% ବଢ଼ିଥିବା ବେଳେ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ଲାଭ ୧୦୩ ପ୍ରତିଶତ ବଢ଼ିଛି।

ସମ୍ବନ୍ଧିତ ଖବର