କଟନି: କଟନି-ଚୋପାନ ପାସେଞ୍ଜର ଟ୍ରେନ୍‌ର ଦୁଇଟ କୋଚ ରବିବାର ଲାଇନ୍‌ଚ୍ୟୁତ ହେବାରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ମଧ୍ୟପ୍ରଦେଶାର କଟନି ଜିଲ୍ଲା ସ୍ଥିତ ଖାନ୍ନା ବଞ୍ଜାରି ଷ୍ଟେସନ୍‌ରେ ଘଟିଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଦୁର୍ଘଟଣା ପରେ ମରାମତି କାର୍ଯ୍ୟ ଚାଲୁ ରହିଛି।

Advertisment

ଉଲ୍ଲେଖଯୋଗ୍ୟ, ନିକଟରେ ଗୋଟାଏ ଦିନ ତଳେ କଟନି-ଚୋପାନ ପାସେଞ୍ଜର ଟ୍ରେନ କଟନି ଜିଲ୍ଳାର ସଲ୍‌ହନା-ପିପାରିୟାକଲା ମଧ୍ୟରେ ଲାଇନ୍‌ଚ୍ୟତ୍‌ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଥିଲେ।