ଭଗବାନ ରାମଙ୍କ ଫଟୋ ଥିବା ପ୍ଲେଟରେ ବିରିୟାନି ବିକ୍ରି କରିବା ଦୋକାନୀଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ‌ ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ଜଣେ ଦୋକାନୀ ବିରାୟାନି ବିକ୍ରି କରୁଥିଲେ। ଦୋକାନ ସାମ୍ନାରେ ବି ଗ୍ରାହକଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା। ଏହି ସମୟରେ ଦୋକାନୀ ଯେଉଁ କାଗଜ ପ୍ଲେଟ‌ରେ ବିରିୟାନି ଦେଉଥିଲେ ସେଥିରେ ଭଗବାନ ରାମଙ୍କ ଫଟୋ ଥିବା ଦେଖିବ‌ାକୁ ମିଳିଥିଲା।

ଭଗବାନ ରାମଙ୍କ ଫଟୋ ଥିବା ପ୍ଲେଟରେ ଗ୍ରାହକମାନେ ବିରିୟାନି ଖ‌ାଇବା ପରେ ଉକ୍ତ କାଗଜ ପ୍ଲେଟକୁ ସେମାନେ ଡଷ୍ଟବିନରେ ଫିଙ୍ଗି ଦେଉଥିଲେ। ଏହି ଘଟଣାକୁ ଦେଖି ରାମଭକ୍ତମାନେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଦୋକାନୀଙ୍କୁ ଏମିତି ପ୍ଲେଟରେ ପରିସା ପାଇଁ ବାରଣ କରିଥିଲେ। କିନ୍ତୁ ଦୋକାନୀ ପୂର୍ବଭଳି ରାମଙ୍କ ଫଟୋ ଥିବା ପ୍ଲେଟରେ ବିରିୟାନି ପରସି ଚାଲିଥିଲେ। ଏଥିସହିତ ଦୋକାନ ସାମ୍ନାରେ ହଙ୍ଗାମା କରିଥିଲେ।

 

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଦୋକାନୀଙ୍କ ଦୋକାନ ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ପରେ ପୁଲିସ ଦୋକାନରେ ଥିବା ସମସ୍ତ ପେପର୍‌ ପ୍ଲେଟର ବଣ୍ଡଲ ଜବତ କରିଥିଲା। ଏଥିରେ ଭଗବାନ ରାମଙ୍କ ଫଟୋ ଥିବା ୪ଟି କାଗଜ ପ୍ଲେଟ୍‌କୁ ମିଳିଥିଲା। ତଦନ୍ତ ପରେ ଏହି ଘଟଣାରେ ଦୋକାନୀଙ୍କୁ ପୁଲିସ ଗିରଫ କରି ନେଇଛି।

ସମ୍ବନ୍ଧିତ ଖବର