୯ ବର୍ଷୀୟ ନାବାଳିକା ସହ ଦୁଷ୍କର୍ମ କରି ହତ୍ୟା କରିବା ପରେ ଶୌଚାଳୟରେ ଫିଙ୍ଗି ଦେଲା ଅଭିଯୁକ୍ତ

ମୁମ୍ବାଇ : ମୁମ୍ବାଇର ଭିଲେ ପାର୍ଲେ ଅଞ୍ଚଳରେ ଜଣେ ୯ବର୍ଷୀୟା ନାବାଳିକାଙ୍କ ସହ ଦୁଷ୍କର୍ମ ପରେ ହତ୍ୟା କରାଯିବା ଘଟଣା ଏବେ ସମଗ୍ର ଦେଶରେ  ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୀଡ଼ିତାଙ୍କ ସହ ଦୁଷ୍କର୍ମ ହେବା ପରେ ତାଙ୍କୁ ହତ୍ୟା କରି ଅଭିଯୁକ୍ତ ଭିଲେ ପାର୍ଲେରେ ଥିବା ନେହେରୁ ନଗରର ଏକ ଶୌଚାଳୟରେ ଫିଙ୍ଗି ଦେଇଥିଲା । ଶନିବାର ସକାଳେ ପୀଡ଼ିତାଙ୍କ ମୃତଦେହ ମିଳିବା ପରେ ଘଟଣାର ତଦନ୍ତ କରି ପୁଲିସ ଅଭିଯୁକ୍ତକୁ ଗିରଫ କରି ନେଇଥିବା ଜଣାପଡ଼ିଛି ।

indiatoday.in

ସୂଚନା ମୁତାବକ, ନେହେରୁ ନଗରରେ ରହୁଥିବା ପୀଡ଼ିତା ଗୁରୁବାରଠାରୁ ନିଖୋଜ ଥିଲେ ।  ଏ ନେଇ ପରିବାର ଲୋକେ ଜୁହୁ ପୁଲିସ ଷ୍ଟେସନରେ ଏତଲା ଦେଇଥିଲେ । ଶନିବାର ପୀଡ଼ିତାଙ୍କ ମୃତଦେହ ମିଳିବା ପରେ ସଂପୃକ୍ତି ଥିବା ଜାଣି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ପୀଡ଼ିତାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଛି । ତେବେ ଅଭିଯୁକ୍ତର ଏପରି କରିବା ପଛର କାରଣ ଜଣା ପଡ଼ି ପାରି ନାହିଁ ।

ସମ୍ବନ୍ଧିତ ଖବର