Daily Archives

June 9, 2018

ସାଗଜୁରୀ ଗ୍ରାମବାସୀଙ୍କ ଚେତାବନୀ:‘ଏଥର ପାଣି ନାହିଁ, ତ ଭୋଟ ନାହିଁ’

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଦୁର୍ଜନତଏଲା ପଞ୍ଚାୟତ ଅନ୍ତର୍ଗତ ସାଗଜୁରୀ ଗ୍ରାମରେ ୫ ବର୍ଷ ହେଲା ପାନୀୟ ଜଳ ପ୍ରକଳ୍ପ ତିଆରି ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇ ନାହିଁ। ଗ୍ରାମର ପୋଖରୀ ଗୁଡିକରେ ଆଉ ପାଣି ନ ଥିବା ବେଳେ କୌଣସି ନଳକୂଅରୁ ପିଇବା ଉପଯୋଗୀ ପାଣି ବାହାରୁ…
ଅଧିକ ଖବର ଦେଖନ୍ତୁ...

ମା’ ପେଟରେ ଶିଶୁ ମୃତ୍ୟୁ ଘଟଣା:ତଦନ୍ତ ଦାବିରେ ସିଡିଏମ୍‌ଓଙ୍କୁ ଭେଟିଲା ଜିଲ୍ଲା କଂଗ୍ରେସ

ନୂଆପଡ଼ା: ଗୁରୁବାର ମା’ ପେଟରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ଶୁକ୍ରବାର ପରିବାର ବର୍ଗ ଏବଂ କଂଗ୍ରେସ ତରଫରୁ ସିଡିଏମଓ ଅଫିସରେ ଧାରଣା ଦିଆଯାଇଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ଏଭଳି ଘଟିଥିବା ସେମାନେ ଅଭିଯୋଗ କରିଥିଲେ। କଂଗ୍ରେସ ଲୋକସଭା ଯୁବ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଦାବି…
ଅଧିକ ଖବର ଦେଖନ୍ତୁ...

ପୁଲିସ ଅତ୍ୟାଚାର ବିରୋଧରେ ତେଜିଲେ:ଆଦିମ ଆଦିବାସୀ ସଂଘର ଶୋଭାଯାତ୍ରା

ମ.ରାମପୁର,: ଶୁକ୍ରବାର ମ. ରାମପୁର ବ୍ଲକ୍‌ର ଆଦିମ ଆଦିବାସୀ ସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବହୁ ପୁରୁଷ ଓ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏ ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ବିଡିଓଙ୍କୁ ଦାବିପତ୍ର ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଟିଭି ସିରିଏଲ୍‌ରୁ ଆତ୍ମହତ୍ୟା ଦୃଶ୍ୟ ଅନୁକରଣ କରି ୭ ବର୍ଷୀୟ ବାଳିକା ମୃତ

ନୂଆଦିଲ୍ଲୀ: ଟିଭି ସିରିଏଲ୍‌ରେ ପ୍ରସାରିତ ହେଉଥିବା ଏକ ଆତ୍ମହତ୍ୟା ଦୃଶ୍ୟକୁ ଅନୁକରଣ କରିବାକୁ ଉଦ୍ୟମ କରି କୋଲକାତାରେ ଜଣେ ସାତ ବର୍ଷୀୟ ବାଳିକାର ମୃତ୍ୟୁ ହୋଇଥିବା କଥା କୁହାଯାଉଛ। ବିୟୋଗାନ୍ତ ଘଟନା ସମୟରେ ଘରେ କେବଳ ସେ ଝିଅ ଏବଂ ତା’ର ଦୁଇ ବର୍ଷିୟ ଭାଇ ଥିଲେ। ପାଖରେ ଥିବା…
ଅଧିକ ଖବର ଦେଖନ୍ତୁ...

ଦବିଗଲା ପୋଲ, ଆଶଙ୍କାରେ ଲୋକେ

ରେଙ୍ଗାଲି: ରେଙ୍ଗାଲି ବ୍ଲକ୍‌ ଅଫିସ୍‌କୁ ସଂଯୋଗ କରୁଥିବା ବ୍ରିଜ୍‌ର ଗୋଟିଏ ଭାଗ ଦବିଯାଇଛି। ଏହା ବିପଦସଙ୍କୁଳ ଥିବାରୁ ରାସ୍ତାଟି ବନ୍ଦ ହେବା ଆଶଙ୍କା ଦେଖାଦେଇଛି। ଏବେ ଯାତ୍ରୀଙ୍କ ପାଇଁ ମହାବୀର ଛକରୁ ସପନେ ବ୍ରିଜ୍‌କୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଛି। ରେଳ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଇ ପ୍ରତାରଣା

ବାମରା: ଗୋବିନ୍ଦପୁର ଥାନାଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ଗର୍ଭପାତ କରାଇବା, ଜୀବନରେ ମାରି ଦେବାକୁ ଧମକ୍‌ ଦେବା ଆଦି ଅଭିଯୋଗରେ ପୁଲିସ ରାଜୁ ଟପୋ (୪୫) ନାଁରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଯୁବତୀ ଗର୍ଭପାତ ପାଇଁ ରାଜି ନ ହେବାରୁ…
ଅଧିକ ଖବର ଦେଖନ୍ତୁ...

ହାଇକୋର୍ଟଙ୍କ ଆଦେଶକୁ ଅଣଦେଖା:ବିନା ଅନୁମତିରେ ଚାଲିଛି ଏସ୍‌ଟିପି ନିର୍ମାଣ

ସମ୍ବଲପୁର: ହାଇକୋର୍ଟଙ୍କ ଆଦେଶକୁ ଅଣଦେଖା କରି ଚାଲିଛି ନିର୍ମାଣ। ସମ୍ବଲପୁର ସହରର ଭତରାଠାରେ ଚାଲିଥିବା ସ୍ୱେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ (ଏସ୍‌ଟିପି)ର କାମ ବନ୍ଦ ରଖିବାକୁ ଗତ ଏପ୍ରିଲ ୫ ତାରିଖରେ ଓଡ଼ିଶା ହାଇକୋର୍ଟ ରହିତାଦେଶ ଜାରି କରିଥିଲେ। ଜନବସତି ଅଞ୍ଚଳରେ ଏସ୍‌ଟିପି ନିର୍ମାଣ କରା…
ଅଧିକ ଖବର ଦେଖନ୍ତୁ...

ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବରଗଡ଼: ବରଗଡ଼ ଜିଲ୍ଲାରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହେବା ଘଟଣା ସାମନାକୁ ଆସିଛି। ଏହି ମାମଲାରେ ଅଭିଯୁକ୍ତ ଜଣକ ଗିରଫ ହୋଇଛି। ଜିଲ୍ଲାର ପଦ୍ମପୁର ଉପଖଣ୍ଡସ୍ଥ ଏକ ଗାଁରେ ଏହି ଅଘଟଣ ଘଟିଛି । ଅଭିଯୁକ୍ତ ଜଣକ ହେଲା ମୁକେଶ ମେହେର(୨୪)। ମୁକେଶ ସଂପୃକ୍ତ ନାବାଳିକା ଜଣଙ୍କୁ ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ହୃଦରୋଗରେ ପୀଡ଼ିତ ଅଢ଼େଇ ବର୍ଷର ଅଂଶୁମାନ

ବଲାଙ୍ଗୀର: କଅଁଳ ପାଦ, ନିରୀହ ଆଖି। ମାଟି ଖେଳ ଖେଳିବା ବୟସରେ ତା’ ଆଖି ଛଳଛଳ। କାରଣ ଟିକିଏ ଖେଳିଦେଲେ ସାଙ୍ଗ ସାଥୀ ମେଳିରେ ସେ ହେଇଯାଏ ଧଇଁସଇଁ। ତା’ପରେ ହୃଦୟ ଯନ୍ତ୍ରଣା। ଛଟପଟ ହୁଏ କଷ୍ଟରେ। ଡାକ୍ତର କହିଲେଣି ଅସ୍ତ୍ରୋପଚାର ଜରୁରୀ। କିନ୍ତୁ ବାପା-ମାଙ୍କ ପାଖରେ ସେତିକି ସମ୍ବଳ ନାହିଁ…
ଅଧିକ ଖବର ଦେଖନ୍ତୁ...

ଯୁକ୍ତ ଦୁଇ ପରୀକ୍ଷା ଫଳ: କଳାରେ ୬୮.୭୯, ବାଣିଜ୍ୟରେ ୭୪.୯୧ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ

ଭୁବନେଶ୍ୱର, : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ର୍ରି ନାରାୟଣ ପାତ୍ର ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ…
ଅଧିକ ଖବର ଦେଖନ୍ତୁ...