ବିଜେବି ଉଚ୍ଚବିଦ୍ୟାଳୟରେ ଡାକଟିକେଟ ପ୍ରଦର୍ଶନୀ

ଖୋର୍ଦ୍ଧା: ଜାତୀୟ ଡାକ ଦିବସ ଅବସରେ ସପ୍ତାହବ୍ୟାପୀ ଚାଲିଥିବା କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଆଜି ସ୍ଥାନୀୟ ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚବିଦ୍ୟାଳୟ ପରିସରରେ ଏକ ଡାକ ଟିକଟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ପୁରାତନ ଛାତ୍ର ସଂସଦର ସଭାପତି ଜ୍ୟେତିରୀନ୍ଦ୍ର ନାଥ ମିତ୍ର ଉଦଘାଟକ ଭାବେ ଯୋଗ ଦେଇଥିଲେ। ପୂର୍ବତନ ଏୟାର୍ ମାର୍ଶାଲ୍ ଜ୍ୟେତିନାରାୟଣ ବର୍ମନ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇ, ସ୍ଥାନୀୟ ପୋଷ୍ଟ ମାଷ୍ଟର ମନୋଜ କର ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ବ୍ରିଟସ ଶାସନ ସମୟର ଇଷ୍ଟଇଣ୍ଡିଆ କମ୍ପାନିର ଚିଠି, ଏନ୍ଭଲପ, ଏୟାର୍ ଇଣ୍ଡିଆର ମେଲ୍ କଭର, ଦେଶୀୟ ରାଜ୍ୟ କୋଚିନ୍, କୋଟା, ଟ୍ରାଭନକୋର, ୱାଙ୍କନର, ସୌରାଷ୍ଟ୍ର, ଭୋପାଲ, ଇନେ୍ଦାର, ଭରତପୁର, ହାଇଦରାବାଦ, ମୈଶୁର ଆଦିର ଡାକଟିକଟ, ଓଡ଼ିଶାର ଗଡ଼ଜାତ ରାଜ୍ୟର, ମୟୂରଭଞ୍ଜର ଷ୍ଟାମ୍ପ୍ ପେପର, ପାଲଲହଡ଼ା, ରେଢାଖୋଲ, ଷଢ଼େଇଖଳ-ଖରସୁଆଁ ଆଦିର କୋଟଫିସ୍ ଆଦି ମଧ୍ୟ ପ୍ରଦର୍ଶିତ ହୋଇଥିଲା।

ଏହା ସହିତ ଭାରତୀୟ ଡାକ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ମହାପୁରୁଷ, ଉଲ୍ଲେଖନୀୟ ଘଟଣାକୁ ନେଇ ପ୍ରକାଶିତ ଡାକଟିକଟ, ବିଭିନ୍ନ ଧାତୁର ମୁଦ୍ରା ଓ ଅନ୍ୟ ଦେଶର ଡାକଟିକଟ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ପ୍ରାକ୍ତନ ପୁଲିସ ଅଧିକାରୀ ଦେବ ପ୍ରସାଦ ମଂଜୁମ୍ଦାର , ବୈକୁଣ୍ଠନାଥ ରାଜଗୁରୁ, ବିମଳ ଚନ୍ଦ୍ର ଷଡ଼ଙ୍ଗୀ, ମଣ୍ଡଳ ଶିକ୍ଷାଧିକାରୀ ଡଃ. ନିରଂଜନ ମହାନ୍ତିଙ୍କ ସମେତ ବହୁସଂଖ୍ୟାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗଦେଇଥିଲେ। ରାଧାଗୋବିନ୍ଦ ଶେଫାଳି ସଂଗ୍ରହାଶାଳା ଦ୍ୱାରା ଅନୁଷ୍ଠିତ ଏହି ପ୍ରଦର୍ଶନୀକୁ ଏହାର ତତ୍ୱବଧାରକ ଗୋପାଳକୃଷ୍ଣ ଦାସ, ବିଦ୍ୟାଳୟର ସହକାରୀ ଶିକ୍ଷକ ରଂଜନ କୁମାର ରାୟ ଓ ବିଭୁ ପ୍ରସାଦ ସେନାପତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର