ଜୟପୁର ଦଶହରା: ଲାଠିଧାରୀଙ୍କୁ ନିମନ୍ତ୍ରଣ ପାଇଁ ମା’ଭଗବତୀଙ୍କ ପୀଠରୁ ଗଲା ଆଜ୍ଞାମାଳ

ଜୟପୁର: ରାଜରାଜୁଡା ଅମଳରୁ ଜୟପୁର ଦଶହରା ମହୋତ୍ସବ ପଟୁଆରରେ ଭାଗ ନେଇ ଆସୁଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠର ପ୍ରତୀକ ଲାଠି। ଏହାକୁ ନେଇ ଆସୁଥିବା ଲାଠିଧାରୀଙ୍କୁ ନିମନ୍ତ୍ରଣ ଦେବା ପାଇଁ ମା’ ଭଗବତୀଙ୍କ ପୀଠରେ ପୂଜାଅର୍ଚ୍ଚନା କରାଯିବା ସହ ଆଞାମାଳ ଗ୍ରହଣ କରାଯାଇଛି।

ଏହି ଆଞ୍ଜାମାଳଙ୍କୁ ଦଶହରା ମହୋତ୍ସବ କମିଟିର ଅଧ୍ୟକ୍ଷ ତଥା ବିଧାୟକ ତାରାପ୍ରସାଦ ବାହିନୀପତି ଓ ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ। ସେଭଳି ମା’ ଭଗବତୀ, ଭୁପତ୍ତିସାହି ମା’କନକ ଦୂର୍ଗାଙ୍କ ସହ ସବୁ ଦେବୀଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ଷୋଡଶପୂଜା ବିଧୀ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର