ଏତେ କୋଟିର ମାଲିକ ଆୟୁଷ, ପତ୍ନୀଙ୍କଠାରୁ ଖୁବ କମ ରହିଛି ସମ୍ପତ୍ତି

ମୁମ୍ବାଇ: ଆୟୁଷ ଶର୍ମା ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରୁସଲାନ’କୁ ନେଇ ଚର୍ଚ୍ଚାରେ ଅଛନ୍ତି | ତାଙ୍କ ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଥିବା ବେଳେ ବର୍ତ୍ତମାନ ପ୍ରଶଂସକମାନେ ଫିଲ୍ମ ରିଲିଜକୁ ଅପେକ୍ଷା କରିଛନ୍ତି। ‘ରୁସଲାନ୍’ ଏପ୍ରିଲ ୨୬, ୨୦୨୪ରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଥିବା ବେଳେ ଏବେ ଆୟୁଷ ଶର୍ମାଙ୍କ ମୋଟ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |

ଆୟୁଷ ଶର୍ମା ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ସ୍ୱାମୀ ହୋଇଥିଲେ ବି ସମ୍ପତ୍ତି ତୁଳନାରେ ସେ ସଲମାନଙ୍କଠାରୁ ବହୁତ ପଛରେ | ହେଲେ ତାଙ୍କର ଫ୍ଲପ୍ ଅଭିନୟ କ୍ୟାରିଅର୍ ସତ୍ତ୍ୱେ ବି ସେ କୋଟି କୋଟି ଟଙ୍କାର ମାଲିକ ଅଟନ୍ତି | ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଅଭିନେତାଙ୍କ ମୋଟ ସମ୍ପତ୍ତି ୯୧କୋଟି ଟଙ୍କା ହେବ। ଆୟୁଷ ଶର୍ମାଙ୍କ ପତ୍ନୀ ଅର୍ପିତା ଖାନଙ୍କ ମୋଟ ସମ୍ପତ୍ତି ଦେଖିବାକୁ ଗଲେ ସେ ୧୬୬କୋଟି ଟଙ୍କାର ମାଲିକାଣୀ ଅଟନ୍ତି | ୨୦୨୨ରେ ଦୁହେଁ ମୁମ୍ବାଇରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା କିଣିଥିଲେ, ଯାହାର ମୂଲ୍ୟ ୧୦କୋଟି ଟଙ୍କା ବୋଲି କୁହାଯାଉଛି। ୧୭୫୦ ବର୍ଗଫୁଟର ଏହି ଆପାର୍ଟମେଣ୍ଟଟି କୌଣସି ପ୍ରାସାଦଠାରୁ କମ୍ ନୁହେଁ |

କୋଟି କୋଟି ଟଙ୍କାର ଘର ସହ ବିଳାସପୂର୍ଣ୍ଣ ଗାଡିର ମାଲିକ ଅଟନ୍ତି ଆୟୁଷ | ଅଭିନେତାଙ୍କର ରୋଲ୍ସ ରୋଏସ୍ ଫାଣ୍ଟମ୍, ରେଞ୍ଜ ରୋଭର ଏବଂ ଲ୍ୟାଣ୍ଡ ରୋଭର ଭଳି ବିଳାସପୂର୍ଣ୍ଣ କାର ରହିଛି |

ସମ୍ବନ୍ଧିତ ଖବର