ସଲମାନ-ବିବେକ କଳି କଲେ, ଲାଭ ଆଉ ଜଣେ ଉଠାଇନେଲେ: ସଲିମ୍ ଖାନ୍

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ୍ ଓ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରେମ କାହାଣୀ କାହାକୁ ଅଛପା ନାହିଁ। ୯୦ଦଶକରେ ଫିଲ୍ମ କରିବା ସମୟରେ ଦୁହେଁ ପରସ୍ପରର ପ୍ରେମରେ ପଡ଼ିଥିଲେ, ସାଥିରେ ସମୟ କଟାଇଥିଲେ ଏବଂ ବିବାହ କରିବେ ବୋଲି ସ୍ବପ୍ନ ଦେଖିଥିଲେ। ହେଲେ ସଲମାନଙ୍କ ବ୍ୟବହାର ପାଇଁ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା। ୨୦୦୨ରେ ସଲମାନଙ୍କଠାରୁ ଅଲଗା ହେବା ପରେ ଐଶ୍ବର୍ଯ୍ୟା ଅଭିନେତା ବିବେକ ଓବରଏଙ୍କ ପ୍ରେମରେ ପଡ଼ିଥିଲେ। ଏହା ପରେ ବିବେକ ଓ ସଲମାନଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ଏମିତି କି ସଲମାନ ଧମକ ଦେଉଥିବା ଅଭିଯୋଗ କରିଥିଲେ ବିବେକ।

କିଛି ବର୍ଷ ପରେ ବିବେକଙ୍କ ସହ ସମ୍ପର୍କ ଭାଙ୍ଗି ଐଶ୍ବର୍ଯ୍ୟା ୨୦୦୭ରେ ଅଭିଷେକ ବଚ୍ଚନଙ୍କୁ ବିବାହ କରିଥିଲେ। ଦୁହେଁ ଐଶ୍ବର୍ଯ୍ୟାଙ୍କ ପାଇଁ ଝଗଡ଼ା କରୁଥିବା ବେଳେ ଅଭିଷେକ ତାଙ୍କୁ ବିବାହ କରିବାରୁ ସଲମାନଙ୍କ ବାପା ସଲିମ୍ ଖାନ୍ ଦେଇଥିବା ପ୍ରତିକ୍ରିୟ‌ା ଏବେ ଭାଇରାଲ ହେଉଛି । ସଲିମ ଖାନଙ୍କ ଏକ ପୁରୁଣା ସାକ୍ଷାତକାର ଏବେ ଭାଇରାଲ ହେଉଛି, ଯେଉଁଥିରେ ସେ କହୁଛନ୍ତି, “ଭାବନାତ୍ମକ ସମସ୍ୟାର କୌଣସି ସମାଧାନ ନଥାଏ। ସଲମାନ ଓ ବିବେକ ଦୁହେଁ ଜଣେ ମହିଳାଙ୍କ ପ୍ରେମରେ ପଡ଼ିଥିଲେ ଏବଂ ଏଥିପାଇଁ ଝଗଡ଼ା କରିଥିଲେ। ହେଲେ ଅନେକ ବର୍ଷ ପରେ ଦୁହେଁ ହୃଦୟଙ୍ଗମ କଲେ ଯେ, ଏକ ଛୋଟ କଥାକୁ ନେଇ ଦୁହେଁ ଝଗଡ଼ା କରୁଥିବା ବେଳେ ଝିଅକୁ ଆଉ କେହି ଆସି ନେଇଗଲା ।”

 

ସମ୍ବନ୍ଧିତ ଖବର