ଡଙ୍ଗାରେ ସେଲଫି ନେବା ବେଳେ ଚାଲିଗଲା ୨ ଜଣଙ୍କ ଜୀବନ

ରାବେରେଲି: ସେଲ୍‌ଫି ନେବା ବେଳେ ପୂର୍ବରୁ ଅନେକଙ୍କ ଜୀବନ ଯାଇଛି। ଏମିତି ଅନେକ ଲୋକ ଅଛନ୍ତି ଯିଏକି ଫଟୋ ଭଲ ଆସିବ ବୋଲି ବିପଦକୁ ଅଣଦେଖା କରନ୍ତି ଓ ଜୀବନ ହରାଇ ବସନ୍ତି। ନିକଟରେ ବି ସେପରି ଏକ ଘଟଣା ଦେଖିବାକୁ ମିଳିଛି। ଭଲ ସେଲ୍‌ଫି ନେବା ଚକ୍କରରେ ଅକ୍ଳେଶରେ ଦୁଇ ଜଣଙ୍କ ଜୀବନ ଚାଲିଯାଇଛି।

ଉତ୍ତରପ୍ରଦେଶର ରାବେରେଲି ଜିଲ୍ଲାର ଏକ ଡଙ୍ଗାରେ ସେଲଫି କ୍ଲିକ୍ କରିବା ସମୟରେ ଗଙ୍ଗା ନଦୀରେ ବୁଡ଼ିଯିବା ପରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ତିନିଜଣ ବନ୍ଧୁ  ତାହିଦ୍ (୧୭), ଫାହାଦ୍ (୧୯), ଏବଂ ଶାନ୍ (୧୮) ମିଶି କରି ପାୟାଗପୁର ଗଙ୍ଗା ଘାଟକୁ ଯାଇ ସେଲଫି କ୍ଲିକ୍ କରିବାକୁ ଏକ ଡଙ୍ଗାରେ ଚଢ଼ିଥିଲେ।
ସର୍କଲ ଅଧିକାରୀ ଅରୁଣ କୁମାର କହିଛନ୍ତି ଯେ, “ସେଲଫି କ୍ଲିକ୍ କରିବାବେଳେ ସେମାନେ ଡଙ୍ଗାର ଧାର ଆଡକୁ ଚାଲି ଯାଇଥିଲେ ଏବଂ ଭାରସାମ୍ୟ ହରାଇ ନଦୀର ପ୍ରବଳ ସ୍ରୋତରେ ପଡ଼ି ଯାଇଥିଲେ।

ନିଖୋଜ ବାଳକମାନଙ୍କୁ ଖୋଜିବା ପାଇଁ ଲୋକଙ୍କୁ ନିୟୋଜିତ କରାଯାଇଥିଲା ଏବଂ ରବିବାର ଦିନ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ତାହିଦ୍ ଏବଂ ଶାନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର