ନୂଆଦିଲ୍ଲୀ : ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ୍‌ ଆନ୍ଧ୍ର ପ୍ରଦେଶକୁ ୨୪୩ କୋଟି ଟଙ୍କାର ଜରିମାନା କରିଛନ୍ତି। ବିବାଦୀୟ ପୋଲାଭରମ ପ୍ରକଳ୍ପ ନିର୍ମାଣରେ ପରିବେଶ ନିୟମ ଉଲ୍ଲଂଘନ କରାଯାଇଥିବାରୁ ଏହି ଜରିମାନା କରାଯାଇଛି। ତିନି ମାସ ମଧ୍ୟରେ ଜରିମାନା ରାଶି ଆନ୍ଧ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ନିକଟରେ ଦାଖଲ ପାଇଁ ନିର୍ଦ୍ଦେଶ ହୋଇଛି।

Advertisment

publive-image News18.com

ପ୍ରକଳ୍ପ ନିର୍ମାଣରେ ପରିବେଶ ନିୟମ ପାଳନ କରାଯାଉନଥିବା ଅଭିଯୋଗ କରି ୨୦୧୮ରୁ ଏକାଧିକ ଆବେଦନ ଟ୍ରିବ୍ୟୁନାଲ‌ଙ୍କ ନିକଟରେ ଦାଖଲ କରାଯାଇଥିଲା। ମାମଲାର ଶୁଣାଣି କରି ଗତ ଅଗଷ୍ଟ ୯ରେ ଟ୍ରିବ୍ୟୁନାଲ ରାୟ ସଂରକ୍ଷିତ ରଖିଥିଲେ। ଗୁରୁବାର ଟ୍ରିବ୍ୟୁନାଲ ୪୨୬ ପୃଷ୍ଠାର ରାୟ ପ୍ରକାଶ କରିଛନ୍ତି। ଯେଉଁଥିରେ ପୋଲାଭରମ ପ୍ରକଳ୍ପ ଏବଂ ଏଥିରେ ସାମିଲ ଅନ୍ୟ ତିନିଟି ଯୋଜନାରେ ପରିବେଶ ନିୟମଗୁଡ଼ିକ‌ର ଉଲ୍ଲଂଘନ ହୋଇଥିବା ଉଲ୍ଲେଖ କରାଯାଇଛି।