ନିଖୋଜ ସାଂସଦଙ୍କ ମୃତଦେହ କୋଠାରୁ ମିଳିଲା: ସାଙ୍ଗ ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ବାଂଲାଦେଶରେ ଅବାମୀ ଲିଗର ସାଂସଦଙ୍କ ମୃତଶରୀର ଏକ କୋଠାରୁ ଉଦ୍ଧାର ହୋଇଛି। ସେ କିଛିଦିନ ହେବ ନିଖୋଜ ରହିଥିବା ବେଳେ ଆଜି ତାଙ୍କର ମୃତଦେହ ଠାବ ହୋଇଛି।

ବାଂଲାଦେଶର ଗୃହମନ୍ତ୍ରୀ କହିଛନ୍ତି, କୋଲକାତା ପୁଲିସ ଅନୱାରୁଲ ଅଜିମ ଅନ‌ାରଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ। ତିନିଥର ସାଂସଦ ରହିଥିବା ଅନୱାରୁଲଙ୍କୁ କୋଲକାତାର ଏକ କୋଠାରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ମଇ ୧୨ ତାରିଖରେ ଅଜିମ କୋଲକାତାରେ ପହଞ୍ଚିଥିଲେ। ସେବେଠାରୁ ପରିବାରଲୋକ ଅଜିମଙ୍କ ସହିତ କୌଣସି ପ୍ରକାର ଯୋଗାଯୋଗ କରି ପାରୁ ନଥିଲେ। ଉତ୍ତରକୋଲକାତାରେ ବର୍ନାନଗର ପୁଲିସ ଷ୍ଟେସନର ଜେନରାଲ ଡାଏରିରେ ମଇ ୧୮ ତାରିଖରେ ବାଂଲାଦେଶର ସାଂସଦ ନିଖୋଜ ହୋଇଥିବାର ମାମଲା ରୁଜୁ ହୋଇଥିଲା।

ମଇ ୧୨ ତାରିଖରେ ଅନୱାରୁଲ ତାଙ୍କର ସାଙ୍ଗ ଗୋପାଳ ବିଶ୍ବାସଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ତା’ପରଦିନ ସେ ଚିକିତ୍ସ‌ା ପାଇଁ ଡାକ୍ତରଖାନା ଯାଇଥିଲେ। ଶୀଘ୍ର ଫେରି ଆସିବେ ବୋଲି ସ‌ାଙ୍ଗକୁ କହିଯାଇଥିଲେ।

ମଇ ୧୪ ତାରିଖରେ ଅନୱାରୁଲ ତାଙ୍କ ସାଙ୍ଗ ଗୋପାଳଙ୍କୁ ଏକ ମେସେଜ କରିଥିଲେ କି ‘ ଜରୁରୀ କାମ ପାଇଁ ମୁଁ ଦିଲ୍ଲୀରେ ପହଞ୍ଚି ଯାଇଛି। କିଛି ଭିଆଇପିଙ୍କୁ ଭେଟିବାର ଅଛି ତେଣୁ ଫୋନ କରି ପାରିବି ନାହିଁ। ସମୟ ପାଇଲେ ମୁଁ ଯୋଗାଯୋଗ କରିବି।’

ଏହାପ‌ର ଠାରୁ ତାଙ୍କର କୌଣସି ସୂଚନା ନମଳିବାରୁ ଥାନାରେ ଅନୱାରୁଲ ନିଖୋଜ ଥିବାର ମାମଲା ରୁଜୁ କରାଯାଇଥିଲା। ଏହାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର