‘ମୋମୋ ଉଇଥ୍ ମମତା’: ଦାର୍ଜିଲିଂରେ ମୋମୋ ତିଆରି କଲେ ଦିଦି, ଭାଇରାଲ ହେଲା ଭିଡିଓ

କୋଲକାତା: ରାଜନୀତିର ଅନେକ ବାଦ ବିବାଦ ମଧ୍ୟରେ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ଭିନ୍ନ ଭିଡିଓ ସାମ୍ନାକୁ ଆସିଛି। ବିରୋଧୀଙ୍କୁ ଟାର୍ଗେଟ କରିବା ଛାଡ଼ି ମୋମୋ ତିଆରି କରିଛନ୍ତି ଦିଦି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ‌ ହେଉଛି, ଯେଉଁଥିରେ ସେ ଜଣେ ମୋମୋ ବିକାଳିଙ୍କୁ ସାହାଯ୍ୟ କରିଥିବା ଦେଖାଯାଇଛି। ଟଙ୍କା ଦେଇ ନୁହେଁ ବରଂ ତାଙ୍କୁ ମୋମୋ ତିଆରି କରିବାରେ ସାହାଯ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।

ଦାର୍ଜିଲିଙ୍ଗରେ ଏକ ମୋମୋ ଷ୍ଟଲରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ ମମତା ବାନାର୍ଜୀ । ସେଠାରେ ପହଞ୍ଚିବା ପରେ ସେ ହଠାତ୍ ମୋମୋ ତିଆରି କରିବାରେ ଲାଗିପଡ଼ିଥିଲେ। ଏହି ଭିଡିଓଟି ଭାଇରାଲ ହେବା ପରେ ଏବେ ଲୋକେ ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଚାଏ ପେ ଚର୍ଚ୍ଚା’ ସହ ତୁଳନା କରି ‘ମୋମୋ ଉଇଥ୍ ମମତା’ କହି ଭିଟିଓକୁ ରିଟ୍ବିଟ କରିବାରେ ଲାଗିଛନ୍ତି।

ଏବେ ବୀରଭୂମ ହିଂସାକୁ ନେଇ ଦିଦି ଚର୍ଚ୍ଚରେ ରହିଛନ୍ତି।  ବିରୋଧୀ ଦଳକୁ ଟାର୍ଗେଟ କରିବା ପାଇଁ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରୁଛି ବୋଲି ଦୋଷାରୋପ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଭିନ୍ନ ବିରୋଧୀ ଦଳ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ଅଣ-ବିଜେପି ନେତାମାନଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସେମାନଙ୍କୁ ବି‌ଜେପି ବିରୋଧରେ ଏକଜୁଟ ହେବାକୁ କହିଛନ୍ତି। ମମତା ଚିଠିରେ ଲେଖିଛନ୍ତି, ବିରୋଧୀ ଦଳ ଭାବରେ ଏହି ସରକାରଙ୍କୁ ସେମାନଙ୍କ କାର୍ଯ୍ୟକଳାପ ପାଇଁ ଉତ୍ତରଦାୟୀ କରିବା, ଅସନ୍ତୋଷର ସ୍ୱରକୁ ପ୍ରତିହତ କରିବା ଆମର ସାମ୍ବିଧାନିକ ଦାୟିତ୍ବ ଅଟେ। ସମସ୍ତଙ୍କ ସୁବିଧା ପାଇଁ ଦେଶର ସମସ୍ତ ପ୍ରଗତିଶୀଳ ଶକ୍ତି ଏକତ୍ରିତ ହୋଇ ବିଜେପି ସହିତ ଲଢ଼ିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।

ସମ୍ବନ୍ଧିତ ଖବର