‘ଶର୍ମାଜୀ ନମ୍‌କିନ୍‌’ରେ ଋଷିଙ୍କୁ ଦେଖି ଭାବୁକ ହେଲେ ଦର୍ଶକ; ସେ ଗଲାପରେ ତାଙ୍କ ଭୂମିକାକୁ ନ୍ୟାୟ ଦେଇଛନ୍ତି କି ପରେଶ?

ମୁମ୍ବାଇ: ଦିବଂଗତ ଅଭିନେତା ଋଷି କପୁରଙ୍କ ଶେଷ ଚଳଚ୍ଚିତ୍ର ‘ଶର୍ମାଜୀ ନମ୍‌କିନ୍‌’ ଆମାଜନ୍‌ ପ୍ର‌ାଇମ୍‌ ଭିଡିଓରେ ଷ୍ଟ୍ରିମ୍‌ ହୋଇଯାଇଛି। ଋଷି କପୁରଙ୍କୁ ଦୁନିଆ ଛାଡ଼ିବାର ୟା ମଧ୍ୟରେ ପ୍ରାୟ ୧ ବର୍ଷ ହୋଇଗଲାଣି। ତାଙ୍କ ମୃତ୍ୟୁରେ ବଲିଉଡ୍‌ ଇଣ୍ଡଷ୍ଟ୍ରି ଉପରେ ଯାହା କୁପ୍ରଭାବ ପଡ଼ିଛି ତାହା ହୁଏତ ଆଉ କେବେ ପୂରା ହେବ ନାହିଁ। ନିଜର ଅକସ୍ମାତ ମୃତ୍ୟୁ ପୂର୍ବରୁ ଋଷି କପୁର ‘ଶର୍ମାଜୀ ନମ୍‌କିନ୍‌’ ଚଳଚ୍ଚିତ୍ରର ଅଧା ସୁଟିଂ କରି ସାରିଥିଲେ। ଅବଶ୍ୟ ତାଙ୍କ ଯିବା ପରେ ସିନେ ନିର୍ମାତା ପରେଶ ରାୱଲ୍‌ଙ୍କୁ ନେଇ ଫିଲ୍ମ ସୁଟିଂ କରିଥିଲେ। ମାତ୍ର ଚଳଚ୍ଚିତ୍ରଟିକୁ ଦେଖିବା ପରେ ଦର୍ଶକମାନେ ଋଷିଙ୍କୁ ଖୁବ୍‌ ମନେ ପକାଇଛନ୍ତି।

 

ଚଳଚ୍ଚିତ୍ରରେ ଋଷି କପୁରଙ୍କୁ ଯେଉଁ ଅଳ୍ପ ସମୟ ପାଇଁ ଦେଖିବାକୁ ମିଳିଛି, ତାହା ଦର୍ଶକଙ୍କୁ ଖୁବ୍ ଆନନ୍ଦିତ କରିଛିି। ଦର୍ଶକଙ୍କ କହିବା କଥା ହେଉଛି, ଋଷିଙ୍କ ଶେଷ ଅଭିନୟ କାଳଜୟୀ ହୋଇ ରହିବ। ତେବେ ଅଧାରୁ ପରେଶ ରାୱଲ୍‌ ଯେଉଁଭଳି ଭାବେ ଋଷିଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇ ଦାୟିତ୍ବ ତୁଲାଇଛନ୍ତି ସେଥିପାଇଁ ତାଙ୍କୁ ବି ଅନେକ ପ୍ରଶଂସକ ପ୍ରଶଂସା କରିଛନ୍ତି।

 

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଗୋଟାଏ ଭୂମିକାକୁ ୨ ଜଣ ନିଭାଇବା ଘଟଣାଟି ‘ଶର୍ମାଜୀ ନମ୍‌କିନ୍‌’ ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡ୍‌ରେ ପ୍ରଥମ ଥର ପାଇଁ ଘଟିଛି। ଶର୍ମାଜୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଋଷି ବେଶ୍‌ ଚମତ୍କାର ଅଭିନୟ କରିଥିବା ବେଳେ ଦର୍ଶକଙ୍କ କହିବା କଥା ହେଲା ପରେଶ ରାୱଲ ବି ତାଙ୍କ ତାୟିତ୍ବକୁ ଅତ୍ୟନ୍ତ ଯତ୍ନବାନ ହୋଇ ତୁଲାଇଛନ୍ତି।

 

ସମ୍ବନ୍ଧିତ ଖବର