କ୍ୟାବିନେଟ ମନ୍ତ୍ରଣାଳୟ ଭାଗବଣ୍ଟା: ବିଜେପିର ସିଂହଭାଗ, ନିଜ ପାଖରେ ୨୫, ସହଯୋଗୀଙ୍କୁ ୫

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ସିଂହଭାଗ ଭାବେ ବିଜେପିର ୨୫ ମନ୍ତ୍ରୀମାନଙ୍କୁ କ୍ୟାବିନେଟ ମନ୍ତ୍ରଣାଳୟ ମିଳିଛି। ଅନ୍ୟ ଦଳମାନଙ୍କୁ କେବଳ ୫ଟି କ୍ୟାବିନେଟ ମନ୍ତ୍ରଣାଳୟ ଦିଆଯାଇଛି। ଅମିତ ଶାହଙ୍କୁ ଗୃହ, ରାଜନାଥ ସିଂଙ୍କୁ ପ୍ରତିରକ୍ଷା, ନିର୍ମଳା ସୀତାରମଣଙ୍କୁ ଅର୍ଥ ଏବଂ ଏସ ଜୟଶଙ୍କରଙ୍କୁ ପୁଣି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦିଆଯାଇଛି।

ସହଯୋଗୀମାନଙ୍କ ମଧ୍ୟରେ ଜିତନ ରାମ ମାଂଝୀଙ୍କୁ ମାଇକ୍ରୋ ଏବଂ କ୍ଷୁଦ୍ର ଶିଳ୍ପ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ଏଥି ସହିତ, ଏଲଜେପି ରାମ ବିଳାସର ଚିରାଗ ପାସୱାନଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ, ଟିଡିପି ରାମମୋହନ ନାଇଡୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଜେଡିଏସର ଏଚଡି କୁମାରସ୍ୱାମୀଙ୍କୁ ହେଭି ଇଣ୍ଡଷ୍ଟ୍ରି ଏବଂ ଇସ୍ପାତ ମନ୍ତ୍ରଣାଳୟ ଦାୟିତ୍ବ ଦିଆଯାଇଛି। ଜେଡିୟୁ ନେତା ଲଲନ ସିଂଙ୍କୁ ପଞ୍ଚାୟତିରାଜ ସହିତ ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ବିଭାଗ ଦିଆଯାଇଛି।

ଦକ୍ଷତା ବିକାଶ ପାଇଁ ଆରଏଲଡିର ଜୟନ୍ତ ଚୌଧୁରୀଙ୍କୁ ରାଷ୍ଟ୍ରମନ୍ତ୍ରୀ ସ୍ବାଧୀନ ଦାୟିତ୍ବ ଦିଆଯାଇଛି। ଶିବସେନା ଏକନାଥ ସିନ୍ଦେ ଦଳର ପ୍ରତାପ ଯାଦବଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ କରାଯାଇଛି। ତାଙ୍କ ପାଖରେ ଆୟୁଷ ମନ୍ତ୍ରଣାଳୟର ସ୍ବାଧୀନ ଦାୟିତ୍ବ ମଧ୍ୟ ରହିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ କ୍ୟାବିନେଟରେ ସହଯୋଗୀ ଦଳର ୪ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀଙ୍କ ଦାୟିତ୍। ଦିଆଯାଇଛି। ଟିଡିପି ନେତା ଡ.ଚନ୍ଦ୍ରଶେଖର ପେମାସାନୀଙ୍କୁ ଗ୍ରାମ୍ୟ ଉନ୍ନୟନ ଓ ଯୋଗାଯୋଗ ମନ୍ତ୍ରଣାଳୟ ଏବଂ ଜେଡିଏର ରାଜ୍ୟସଭା ସାଂସଦ ରାମନାଥ ଠାକୁରଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ କରାଯାଇଛି। ଏଥିସହିତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବ୍ୟତୀତ ରାସାୟନିକ ପଦାର୍ଥ ଏବଂ ସାର ମନ୍ତ୍ରଣାଳୟ ପାଇଁ ଅପନା ଡାଲଙ୍କ ଅନୁପ୍ରିୟା ପଟେଲଙ୍କୁ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବ ଦିଆଯାଇଛି।

ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟରେ ଆରପିଆଇର ରାମଦାସ ଆଥୱାଲେଙ୍କୁ ରାଜ୍ୟ ମନ୍ତ୍ରୀ କରାଯାଇଛି। ସହଯୋଗୀ ଦଳର ୧୧ ନେତାଙ୍କୁ ମୋଦୀ ସରକାରରେ ମନ୍ତ୍ରୀ କରାଯାଇଛି। ଯେଉଁଥିରେ ୫ ଜଣଙ୍କୁ କ୍ୟାବିନେଟକୁ ନିଆଯାଇଛି। ଦୁଇ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀଙ୍କୁ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି। ୪ ଜଣ ନେତାଙ୍କୁ ରାଷ୍ଟ୍ରମନ୍ତ୍ରୀ କରାଯାଇଛି।

 

ସମ୍ବନ୍ଧିତ ଖବର