ମହାକାଶରେ ପଦଚାରଣା କରି ଇତିହାସ ସୃଷ୍ଟି କଲେ ଚୀନର ଦୁଇ ମହାକାଶଚାରୀ

ବେଜିଂ : ଚୀନର ଦୁଇ ମହାକାଶଚାରୀ ମହାକାଶରେ ପଦଚାରଣା କରି ନିଜ ଦେଶ ପାଇଁ ଇତିହାସ ସୃଷ୍ଟି କରିଛନ୍ତି । ରବିବାର ସେମାନେ ମହାକାଶରେ ନିର୍ମାଣାଧୀନ ଚୀନର ନୂଆ ସ୍ପେଶ ଷ୍ଟେସନରୁ ବାହାରି ସେମାନେ ଏହି ପଦଚାରଣା କରିଛନ୍ତି ।

ଚୀନର ସରକାରୀ ଟିଭି ଚ୍ୟାନେଲରେ ପ୍ରସାରିତ ଖବର ଅନୁସାରେ ଏହି ଦୁଇ ମହାକାଶଚାରୀ ଲିଉ ବୋମିଙ୍ଗ ଓ ତାଙ୍ଗ ହୋଙ୍ଗବୋ ଚୀନ ମହାକାଶ କେନ୍ଦ୍ରରୁ ବାହାରକୁ ବାହାରି ଏକ ୫୦ ଫୁଟ ଲମ୍ବ ରୋବୋଟିକ ଆର୍ମ ସ୍ଥାପନ କରିଛନ୍ତି । ଏହି ରୋବୋଟିକ ଆର୍ମ ବ୍ୟବହାର କରି ଉକ୍ତ ମହାକାଶ କେନ୍ଦ୍ରର ଅବଶିଷ୍ଟ ଅଂଶକୁ ନିର୍ମାଣ କରାଯିବ । ତେବେ ଏହି ଦୁଇଜଣ ମହାକାଶରେ ପଚଦାରଣା କରୁଥିବାବେଳେ ୩ୟ ମହାକାଶଚାରୀ ନି ହେଇସେଙ୍ଗ୍ ମହାକାଶ କେନ୍ଦ୍ର ମଧ୍ୟରେ ଥିଲେ ।

ଏହି ମହାକାଶଚାରୀମାନେ ଗତ ଜୁନ ୧୭ରେ ଏକ ତିନିମାସିଆ ମିସନରେ ଏହି ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ । ଏହା ପୂର୍ବରୁ ଚୀନ ଗତ ମେ ମାସରେ ମଙ୍ଗଳରେ ଏକ ରୋବୋର୍ଟ ସ୍ଥାପନ କରିଥିଲା । ଚୀନରେ ଶାସନ କରୁଥିବା କମ୍ୟୁନିଷ୍ଟ ପାର୍ଟି ସ୍ଥାପନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଚୀନ ସରକାରଙ୍କ ପକ୍ଷରୁ ଚୀନକୁ ଏକ ମହାକାଶ ଶକ୍ତିରେ ପରିଣତ କରିବାକୁ ଏସବୁ ଐତିହାସିକ ମହାକାଶ କାର୍ୟ୍ୟକ୍ରମ ହାତକୁ ନିଆଯାଇଛି ।

ସମ୍ବନ୍ଧିତ ଖବର