ଫିଲିପାଇନ୍ସରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ଘଟଣା: ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି, ୫୦ଜଣ ଉଦ୍ଧାର

ମାନିଲା: ଦକ୍ଷିଣ ଫିଲିପାଇନ୍ସରେ ରବିବାର ଦିନ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ପ୍ରଥମେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଖବର ମିଳିଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୨୯କୁ ବୃଦ୍ଧି ପାଇଛି | ସୂଚନା ଅନୁଯାୟୀ ଏହି ବିମାନରେ ୯୨ ଜଣ ଲୋକ ଥିଲେ | ସେମାନଙ୍କ ମଧ୍ୟରେ ତିନିଜଣ ପାଇଲଟ ଏବଂ ଅନ୍ୟ ପାଞ୍ଚ ଜଣ କ୍ରୁ ସଦସ୍ୟ ମଧ୍ୟ ଥିଲେ। ଅନ୍ୟମାନେ ସୈନିକ ଥିବାବେଳେ ଏପର୍ଯ୍ୟନ୍ତ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

Photo-Zee news

ରଏଟର୍ସ ରିପୋର୍ଟ ଅନୁଯାୟୀ ଫିଲିପାଇନ୍ସ ବାୟୁସେନାର ସି-୧୩୦ ବିମାନ ଜୋଲୋ ଦ୍ୱୀପରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫିଲିପାଇନ୍ସର ସେନା ମୁଖ୍ୟ ସିରିଲିଟୋ ସୋବେଜାନା କହିଛନ୍ତି ଯେ ବିମାନରେ ୯୨ ଜଣ ଲୋକ ଥିଲେ, ସେଥିମଧ୍ୟରୁ ୫୦ ଜଣଙ୍କୁ ଉଦ୍ଧାର କରାଯାଇଛି। ବାକି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି |

ସେ କହିଛନ୍ତି ଯେ ବିମାନଟି ସୈନିକମାନଙ୍କୁ ନେଇ ଦକ୍ଷିଣ କଗାୟନରୁ ଯାଉଥିଲା | ଆଉ ବିମାନ ଜୋଲୋ ଦ୍ୱୀପରେ ଅବତରଣ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲା |

ସମ୍ବନ୍ଧିତ ଖବର