ବୁବାଙ୍କ ପ୍ରେମରେ ଦିୱାନା ଥିଲେ ଏମସି ଷ୍ଟାନ୍, ବିବାହ ଚର୍ଚ୍ଚା ମଧ୍ୟରେ ଘୋଷଣା କଲେ ବ୍ରେକଅପ

ମୁମ୍ବାଇ: ରିଆଲିଟି ସୋ’ ‘ବିଗ୍ ବସ୍ ୧୬’ ର ବିଜେତା ଏମସି ଷ୍ଟାନ୍ ବର୍ତ୍ତମାନ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ବିଗ୍ ବସରେ ଥିବ‌ା ବେଳେ ବୁବାଙ୍କ ସହ ପ୍ରେମ ସମ୍ପର୍କ ଥିବା ଘୋଷଣା କରି ଚର୍ଚ୍ଚାକୁ ଆସିଥିଲେ ଷ୍ଟାନ୍। ସୋ’ରୁ ବାହାରକୁ ଆସିବା ପରେ ସେ ବିବାହ କରିବେ ବୋଲି ମଧ୍ୟ କହିଥିଲେ। ହେଲେ ଏବେ ଦୁହିଁଙ୍କର ବ୍ରେକଅପ ହୋଇଥିବା ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଗର୍ଲଫ୍ରେଣ୍ଡ ବୁବାଙ୍କ ସହ ଏମସି ଷ୍ଟାନ ବ୍ରେକଅପ୍ ଘୋଷଣା କରିଛନ୍ତି। ଇନଷ୍ଟା ଷ୍ଟାଟସରେ ବ୍ରେକଅପ ବୋଲି ‌ଲେଖି ଏକ ହୃଦୟ ଇମୋଜି ସହ ସେୟାର କରିଛନ୍ତି ଷ୍ଟାନ୍। ଏହି ଷ୍ଟାଟସ ଦେଖିବା ପରେ ଏବେ ତାଙ୍କର ବ୍ରେକଅପ ହୋଇଥିବା କୁହାଯାଉଛି।

कभी 'बूबा' के प्यार में दीवाने थे रैपर एमसी स्टैन, 'बिग बॉस 16' में किया था शादी का ऐलान, अब ब्रेकअप किया अनाउंस?

ସେ କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ‘ବ୍ରେକଅପ…ଅଣଦେଖା କଲେ ସବୁଠୁ ଦୃଢ଼ ସମ୍ପର୍କ ବି ଭାଙ୍ଗିଯାଏ।’ ତେବେ କିଛି ସମୟ ପରେ ଏମସି ଷ୍ଟାନ ତାଙ୍କ ଷ୍ଟାଟସକୁ ଡିଲିଟ କରିଦେଇଥିଲେ। ଏଭଳି କରିବା ପରେ ଏମସି ଷ୍ଟାନ ତାଙ୍କ ଜୀବନରେ କ’ଣ ଘଟୁଛି ସେ ବିଷୟରେ ଚିନ୍ତା କରିବାକୁ ତାଙ୍କ ସମସ୍ତ ପ୍ରଶଂସକଙ୍କୁ ବାଧ୍ୟ କରିଛନ୍ତି। ଏହାପୂର୍ବରୁ ସେ ଏକ ନୋଟ୍ ମଧ୍ୟ ପୋଷ୍ଟ କରି ରାପ୍ ଛାଡିବେ ବୋଲି ଘୋଷଣା କରିଥିଲେ। ସେ ଲେଖିଥିଲେ ଯେ, ‘ମୁଁ ରାପ୍ ଛାଡ଼ିବାକୁ ଯାଉଛି।’ ହଠାତ୍ ଷ୍ଟାନ୍ ଏଭଳି କରୁଥିବାରୁ ତାଙ୍କ ପ୍ରଶଂସକମାନେ ଏହା ପଛର କ‌ାରଣ ଜାଣିବାକୁ ଅନାଇ ବସିଛନ୍ତି।

ସମ୍ବନ୍ଧିତ ଖବର