ଜାତୀୟ ନିରାପତ୍ତା ସ୍ବାର୍ଥରେ କ’ଣ ରହିବ ତାହା ଅଦାଲତ ସ୍ଥିର କରିପାରିବ ନାହିଁ: କେନ୍ଦ୍ର

ନୂଆଦିଲ୍ଲୀ : କେରଳର ମିଡିଆ ୱାନ୍‌ ନ୍ୟୁଜ୍‌ ଚ୍ୟାନେଲ ବିରୋଧରେ ଲଗାଯାଇଥିବା କଟକଣା ମାମଲା ନେଇ ସୁପ୍ରିମ୍‌କୋର୍ଟରେ ଶୁଣାଣି ହୋଇଥିବା ବେଳେ ଗୁରୁବାର ଦିନ କେନ୍ଦ୍ର ସରକାର ନିଜ ପକ୍ଷ ରଖିଛନ୍ତି। ଚ୍ୟାନେଲ ବିରୋଧରେ ଜାତୀୟ ନିରାପତ୍ତା କାରଣରୁ ଯେଉଁ ପ୍ରତିବନ୍ଧକ ଲଗାଯାଇଛି ତାହା ଯଥାର୍ଥ ବୋଲି ସରକାର କହିଛନ୍ତି। ଏହା ସହିତ ଜାତୀୟ ନିରାପତ୍ତା ନେଇ ଯେଉଁସବୁ କାରଣରୁ ସରକାର ଚ୍ୟାନେଲ ବିରୋଧରେ ପ୍ରତିବନ୍ଧକ ଲଗାଇଛନ୍ତି ସେହି କାରଣଗୁଡ଼ିକର ଯଥାର୍ଥତା କୋର୍ଟ ଧାର୍ଯ୍ୟ କରିପାରିବେ ନାହିଁ ବୋଲି ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ୍‌. ନଟରାଜ କହିଛନ୍ତି।

ଗତକାଲି ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ଏଭଳି କ୍ଷେତ୍ରରେ ଜଣେ ନାଗରିକଙ୍କ ପାଇଁ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ସ୍ପଷ୍ଟ କରି‌ବାକୁ ହେବ।

ସମ୍ବନ୍ଧିତ ଖବର