ଜିଲ୍ଲା ଖଣିଜ ପାଣ୍ଠିର ଅଡିଟ୍‌ ହେବ

ଓଡ଼ିଶା ସମେତ ୨୧ଟି ଖଣିଭିତ୍ତିକ ରାଜ୍ୟକୁ କେନ୍ଦ୍ର ଖଣି ମନ୍ତ୍ରାଳୟ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଜିଲ୍ଲା ଖଣିଜ ପାଣ୍ଠିର ଅଡିଟ୍‌ କରିବାପାଇଁ ଓଡ଼ିଶା ସମେତ ୨୧ଟି ରାଜ୍ୟକୁ କେନ୍ଦ୍ର ଖଣି ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି।। ଖଣି ପ୍ରଭାବିତ ଅଞ୍ଚଳର ‌େଲାକମାନଙ୍କ ବିକାଶ ଉ‌େଦ୍ଦଶ୍ୟରେ ଖର୍ଚ୍ଚ ନେଇ ଗଠିତ ଜିଲ୍ଲା ଖଣିଜ ପାଣ୍ଠିର ଅଡିଟ୍‌ ପାଇଁ ରାଜ୍ୟମାନଙ୍କୁ ସକାରାତ୍ମକ ପଦକ୍ଷେପ ନେବାକୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାସହିତ ଅଡିଟ୍‌ ପ୍ରକ୍ରିୟାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାପାଇଁ ଓଡ଼ିଶା ସମେତ ୨୧ଟି ଖଣି ଭିତ୍ତିକ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ର ଖଣି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ନିକଟରେ କେନ୍ଦ୍ର ଖଣିଜ ସଚିବ ଅନୀଲ ମୁକିମ୍‌ ଓଡ଼ିଶା ସମେତ ୨୧ଟି ଖଣି ଭିତ୍ତିକ ରାଜ୍ୟର ବରିଷ୍ଠ ଖଣି ଅଧିକାରୀମାନଙ୍କ ସହ ଅହମ୍ମଦାବାଦ୍‌ଠାରେ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ରାଜ୍ୟର ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ମଧ୍ୟ ଯୋଗଦେଇ ରାଜ୍ୟରେ ୩୦ ଟି ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠିର ଗଠନ ତଥା କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିଥିଲେ। ସମୀକ୍ଷା ବୈଠକରେ କେନ୍ଦ୍ର ଖଣି ମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ଅନୁସାରେ ଜିଲ୍ଲା ଖଣିଜ ପାଣ୍ଠିରେ ଅଗଷ୍ଟ ୨୦୧୫ରୁ ଅଗଷ୍ଟ ୨୦୧୮ ସୁଦ୍ଧା ଓଡ଼ିଶା ଦେଶରେ ସର୍ବାଧିକ ୫,୧୮୨.୩୨ କୋଟି ଟଙ୍କା ଆଦାୟ କରିଥିବାର ସୂଚନା ଦିଆଯାଇଥିଲା। ଓଡ଼ିଶା ଦ୍ବାରା ଆଦାୟ କରାଯାଇଥିବା ୫,୧୮୨.୩୨ କୋଟି ଟଙ୍କା ଅର୍ଥରା‌ଶିରୁ ମାତ୍ର ୧୫ ପ୍ରତିଶତ ଖର୍ଚ୍ଚ କରାଯାଇଥିବାରୁ ଏହାକୁ ଆହୁରି ପ୍ରଭାବଶାଳୀ ଢଙ୍ଗରେ ଖର୍ଚ୍ଚ କରିବାପାଇଁ ବୈଠକରେ ପରାମର୍ଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର