ଲଣ୍ଡନ: ଅର୍ଥ ଉପାର୍ଜନ ପାଇଁ ହ୍ୟାକର୍ମାନେ ପ୍ରାୟ ୧୨୦ ନିୟୁତ ଫେସ୍ବୁକ୍ ଆକାଉଣ୍ଟ୍ର ବ୍ୟକ୍ତିଗତ ମେସେଜ୍ ଆକ୍ସେସ୍ କରି ସେଥିରୁ ୮୧ ହଜାର ଆକାଉଣ୍ଟ୍ର ମେସେଜ୍ ଅନ୍ଲାଇନ୍ରେ ପ୍ରକାଶ କରିସାରିଛନ୍ତି ବୋଲି ଖବରସରବରାହ ସଂସ୍ଥାନ ବିବିସି କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ୟୁକ୍ରେନ୍, ରୁଷ୍, ଇଂଲଣ୍ଡ, ଯୁକ୍ତରାଷ୍ଟ୍ର ଆମେରିକା, ବ୍ରାଜିଲ୍ ଏବଂ ଅନ୍ୟାନ୍ୟ ଦେଶର ବ୍ୟବହାରକାରୀମାନଙ୍କର ସବିଶେଷ ବିବରଣୀ ହ୍ୟାକ୍ ହୋଇଥିବା କଥା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି।
ପ୍ରତି ଆକାଉଣ୍ଟର୍ ଆକ୍ସେସ୍ ବିକ୍ରୟ କରିବାକୁ ହ୍ୟାକର୍ମାନେ ୧୦ ସେଣ୍ଟ୍ ମାଗୁଥିଲେ। କିନ୍ତୁ, ତାଙ୍କର ବିଜ୍ଞାପନ ଅନ୍ଲାଇନ୍ରୁ ହଟାଇ ଦିଆଯାଇଛି।
ସେପ୍ଟେମ୍ବର ମାସରେ ଏ ଘଟନା ପ୍ରଥମେ ଜଣାପଡ଼ିଥିଲା। ଚୋରି ମେସେଜ୍ଗୁଡ଼ିକ ଅଜ୍ଞାତ ତଥା ଦୁଷ୍ଟ ବ୍ରାଉଜର୍ ଏକ୍ଷ୍ଟେନ୍ସନ୍ସ୍ ଜରିଆରେ ଆସିଥିଲା ବୋଲି କୁହାଯାଉଛି। କିନ୍ତୁ, ଫେସ୍ବୁକ୍ କହିଛି ଯେ ହ୍ୟାକ୍ ଯୋଗୁଁ ତାଙ୍କର କୌଣସି ମେସେଜ୍ ଚୋରି ହୋଇ ନାହିଁ।
ଯେଉଁ କେତେ ଜଣଙ୍କ ବ୍ୟକ୍ତିଗତ ମେସେଜ୍ ଅପ୍ଲୋଡ୍ ହୋଇଥିଲା ସେମାନଙ୍କ ମଧ୍ୟରୁ ରୁଷ୍ର ପାଞ୍ଚ ଜଣ ଫେସ୍ବୁକ୍ ବ୍ୟବହାରକାରୀଙ୍କୁ ଯୋଗାଯୋଗ କରି ବିବିସି ରଷିୟାନ୍ ସର୍ଭିସ୍ ଏହା ସତ୍ୟ ବୋଲି ଜାଣିପାରିଛି।