ବିଜେପିରେ ମିଶିଲେ ପ୍ରସିଦ୍ଧ କୁସ୍ତିଯୋଦ୍ଧା ‘ଦି ଗ୍ରେଟ୍ ଖଲି’

ନୂଆଦିଲ୍ଲୀ : ବିଶ୍ବ ପ୍ରସିଦ୍ଧ କୁସ୍ତିଯୋଦ୍ଧା ଦଲିପ ସିଂ ରାଣା ଓରଫ ଦି ଗ୍ରେଟ ଖଲି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଆଜି ନୂଆଦିଲ୍ଲୀସ୍ଥିତି ବିଜେପି କାର୍ଯ୍ୟାଳୟ ଯାଇ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି ।  କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ବିଜେପିର ଜାତୀୟ ମହାସଚିବ ଅରୁଣ ସିଂଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି ।

ବିଜେପିରେ ମିଶିବା ପରେ ଗ୍ରେଟ ଖଲି କହିଛନ୍ତି ଯେ ସେ ବିଜେପିର ଆଦର୍ଶ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀରେ ପ୍ରଭାବିତ ହୋଇ ଦଳରେ ମିଶିଛନ୍ତି । ବିଜେପିର ନୀତି ଦେଶକୁ ଆଗକୁ ନେବା ପାଇଁ ଉଦ୍ଦିଷ୍ଟ । ସେହିପରି ମୋଦୀଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟକୁ ନେଇ ସେ ପ୍ରଭାବିତ । ବିଜେପିର ମାନଦଣ୍ଡରେ ଉତ୍ତୀର୍ଣ୍ଣ ହୋଇପାରିବି ବୋଲି ସେ କହିଛନ୍ତି ।

ଏହି ଅବସରରେ ଅରୁଣ ସିଂ କହିଛନ୍ତି ଯେ ଗ୍ରେଟ ଖଲି ବିଶ୍ବରେ ଭାରତ ପାଇଁ ଗୌରବ ଆଣିଛନ୍ତି । ସେ ଅନେକ ପ୍ରସିଦ୍ଧ କୁସ୍ତିଯୋଦ୍ଧାଙ୍କୁ ହରାଇଛନ୍ତି । ସେ ମଧ୍ୟ ଜଣେ କୃଷକଙ୍କ ପୁତ୍ର ଓ ପଞ୍ଜାବ ପୁଲିସର ଜଣେ ପୂର୍ବତନ ଅଧିକାରୀ । ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବାରୁ ସେ ଖଲିଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଦଲୀପ ସିଂ ରାଣା ଓରଫ ଗ୍ରେଟ ଖଲି ସାରା ଦେଶର ଯୁବପୀଢୀ ପାଇଁ ଆଦର୍ଶ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର