ହେଲୋ ! ତାଜ୍ ହୋଟେଲରେ ବୋମା ଅଛି , ଅଜଣା ଫୋନକଲ ପାଇ ମୁମ୍ବାଇ ପୁଲିସ ଆତଙ୍କିତ

ମୁମ୍ବାଇ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ସୋମବାର ସକାଳେ ହରଡ଼ଘଣାରେ ପଡ଼ିଯାଇଥିଲା। ଜଣେ ଅଜଣା ବ୍ୟକ୍ତି ମୁମ୍ବାଇ ପୁଲିସ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି କହିଥିଲା ଯେ ତାଜ ହୋଟେଲ ଏବଂ ଛତ୍ରପତି ଶିବାଜୀ ମହାରାଜ ବିମାନବନ୍ଦରରେ ବୋମା ବିସ୍ଫୋରଣ ହେବାକୁ ଯାଉଛି । ପୁଲିସ ଏହି ବ୍ୟକ୍ତିଙ୍କୁ ଆଉ କିଛି ପଚାରିବା ପୂର୍ବରୁ ସେ ଫୋନ୍ କାଟି ଦେଇଥିଲା। ମାମଲାର ଗମ୍ଭୀରତା ଦେଖି ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ତେବେ ପରେ ତଦନ୍ତରୁ ଜଣାପଡ଼ିଥିଲା ଯେ ତାଜ କିମ୍ବା ବିମାନବନ୍ଦରରେ ବୋମା ନାହିଁ ଓ କେହିଁ ମିଛରେ ଏପରି କଲ କରିଛି । ଏହା ପରେ ପୁଲିସ ଅଜ୍ଞାତ ବ୍ୟକ୍ତି ବିରୋଧରେ ମାମଲା ରୁଜୁ କରି ତାକୁ ଖୋଜୁଛି।

ମୁମ୍ବାଇ ପୋଲିସର ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ କଣ୍ଟ୍ରୋଲ ରୁମକୁ ଏହି କଲ୍ ଆସିଥିଲା। ଏହି କଲ୍ ଉତ୍ତରପ୍ରଦେଶରୁ ଆସିଥିବା ସୂଚନା ମିଳିଛି। ଫୋନ୍ କରିଥିବା ବ୍ୟକ୍ତି ଜଣକ ଅଧିକ ସମୟ ଧରି ମୁମ୍ବାଇ ପୁଲିସ ସହ କଥା ହୋଇନଥିଲେ। ଉଭୟ ହୋଟେଲ ତାଜ ଏବଂ ବିମାନବନ୍ଦର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ । ୨୦୦୮ରେ ପାକିସ୍ତାନର ଆତଙ୍କବାଦୀମାନେ ତାଜ ହୋଟେଲ ଉପରେ ବଡ଼ ଧରଣର ଆକ୍ରମଣ କରିଥିଲେ। ଏହି କାରଣରୁ ମୁମ୍ବାଇ ପୋଲିସ ଏହି ଦୁଇଟି ସ୍ଥାନରେ ପ୍ରତ୍ୟେକ କୋଣ ଅନୁକୋଣରେ ଯାଞ୍ଚ କରିଥିଲା ।

ସମ୍ବନ୍ଧିତ ଖବର