ଦୁବାଇରେ ଖୋଲିଲା ହିନ୍ଦୁ ମନ୍ଦିର

ନୂଆଦିଲ୍ଲୀ: ସାଉଦି ଆରବର ଦୁବାଇର ଜେବେଲ ଅଲ୍ଲୀ ଅଞ୍ଚଳରେ ଏକ ହିନ୍ଦୁ ମନ୍ଦିର ଖୋଲିଛି। ବୁଧବାର ଦଶହରା ଅବସରରେ ଏହା ସର୍ବସାଧାରଣଙ୍କ ପାଇଁ ଦର୍ଶନ ଅନୁମତି ମିଳିଛି। ତେବେ ଦୁବାଇ ସରକାରଙ୍କ ଏଭଳି ପଦକ୍ଷେପକୁ ଭାରତ ସ୍ବାଗତ କରିଛି। ଦିନକ ପୂର୍ବରୁ ଏହି ମନ୍ଦିରକୁ ଆରବର ମନ୍ତ୍ରୀ (ମିନିଷ୍ଟର ଅଫ ଟଲେରେନ୍ସ) ସିଖ ନହ୍ୟାନ ବିନ ମୁବାକର ଅଲ ନହ୍ୟାନ ଉଦଘାଟନ କରିଥିଲେ। ଉଦଘାଟନ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ। ଏହା ଦ୍ବାରା ଭାରତୀୟମାନଙ୍କ ମଧ୍ୟରେ ଥିବା ଦୀର୍ଘଦିନର ସ୍ବପ୍ନ ପୁରା ହୋଇଛି।

ମନ୍ଦିର ଉଦଘାଟନ ଅବସରରେ ଟ୍ରଷ୍ଟି ରାଜୁ ସରଫ କହିଛନ୍ତି ଯେ, ଦୁବାଇରେ ଥିବା ଭାରତୀୟମାନଙ୍କ ମନରେ ଏହା ଦ୍ବାରା ହିନ୍ଦୁ ଧର୍ମୀୟ ଭାବନା ସୃଷ୍ଟି ହୋଇପାରିବ। ଉକ୍ତ ମନ୍ଦିରରେ ୧୬ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ରହିଛି। ତେଣୁ ଆରବର କୋଣ ଅନୁକୋଣରେ ଥିବା ହିନ୍ଦୁଧର୍ମର ବିଭିନ୍ନ ସମ୍ପ୍ରଦାୟର ଲୋକେ ଏହି ମନ୍ଦିରକୁ ଆସି ଦର୍ଶନ କରିପାରିବେ। ସିନ୍ଧି ଗୁରୁ ଦରବାର ମନ୍ଦିରକୁ ସମ୍ପ୍ରସାରଣ କରାଯାଇ ଏହି ମନ୍ଦିର ନିର୍ମାଣ କରାଯାଇଛି।

ସମ୍ବନ୍ଧିତ ଖବର