ମାଲିକ ମୋ ବାପାଙ୍କୁ ତାତ୍ସଲ୍ୟ କରି କହିଥିଲେ,‘ପାଠପଢ଼ାଇ ତୋ ପୁଅକୁ କ’ଣ ଜିଲ୍ଲାପାଳ କରିବୁ’

ପାଟନା: ତୃତୀୟ ଥର ପାଇଁ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗଠନ ପରେ ମନ୍ତ୍ରଣାଳୟ ମଧ୍ୟ ବଣ୍ଟା ହୋଇଛି। ଏଥର ସମସ୍ତଙ୍କ ଆଖି ବିହାର ଉପରେ ଥିଲା। ବିହାରର ୮ ଜଣ ସାଂସଦଙ୍କୁ ଏଥର ମନ୍ତ୍ରଣାଳୟ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଜିତନ ରାମ ମାଂଝୀ, ଚିରାଗ ପାସୱାନ୍ ଏବଂ ଲଲନ୍ ସିଂଙ୍କ ମନ୍ତ୍ରଣାଳୟକୁ ନେଇ ସର୍ବାଧିକ ଆଲୋଚନା ହୋଇଥିଲା।

ଏହି କ୍ରମରେ ଜିତନ ରାମ ମାଂଝୀ ଫାଦର୍ସ ଡେ ଅବସରରେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ମୋର ଶ୍ରମିକ ବାପା ମୋତେ ପାଠପଢ଼ାଇବା ପାଇଁ ଖୁବ ପରିଶ୍ରମ କରିଛନ୍ତି। ଏଥିପାଇଁ ବାପା କାମ କରୁଥିବା ସଂସ୍ଥାର ମାଲିକ ବି ବାପାଙ୍କୁ ତାତ୍ସଲ୍ୟ  କରି କହୁଥିଲେ, ‘ତୁମ ପୁଅକୁ ପାଠପଢ଼ାଇ କ’ଣ ଜିଲ୍ଲାପାଳ କରିବ କି? ମୋ ବାପା ମାଲିକଙ୍କ କଥାରେ କୌଣସି ଉତ୍ତର ନଦେଇ ସେ ସମୟରେ ଚୁପ ରହିଥିଲେ। ଆଉ ମନେମନେ ସେ ସ୍ଥିର କରିସାରିଥିଲେ ଯେତେ କଷ୍ଟ ହେଲେ ବି ମୋତେ ପାଠପଢ଼ାଇବେ ଓ ଭଲ ମଣିଷ କରିବେ । ତାଙ୍କ ଭଳି ଶ୍ରମିକ ହେବାକୁ ଦେବେ ନାହିଁ।

 

ମ‌ୋର ବାପା ମୋ ପାଇଁ କ’ଣ ଥିଲେ ତାହାକୁ ମୁଁ ଶବ୍ଦରେ ବଖାଣି ପାରିବି ନାହିଁ। ସେ ମୋ ପାଇଁ ଭଗବାନ ଥିଲେ। ତାଙ୍କ ବିନା ମୁଁ ଗୋଟିଏ ବି ପାଦ ଆଗକୁ ଚାଲିବା ସମ୍ଭବ ନଥିଲା। ଯାହାବି ସଫଳତା ପାଇଛି  ତାଙ୍କର ଆର୍ଶୀବାଦ ପାଇଁ ପାଇଛି।’

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଗଠନ ପରେ  ବଣ୍ଟାଯାଇଥିବା ମନ୍ତ୍ରଣାଳୟରେ ଜିତନ ରାମ କେନ୍ଦ୍ରୀୟ ମାଇକ୍ରୋ, କ୍ଷୁଦ୍ର ଏବଂ ଶିଳ୍ପ ବିଭାଗ ପାଇଛନ୍ତି। ଏହି ମନ୍ତ୍ରଣାଳୟରେ ମାଇକ୍ରୋ ଏବଂ କ୍ଷୁଦ୍ର ଶିଳ୍ପଗୁଡିକ ବିକଶିତ ହୋଇଥାଏ। ପିଏମ ମୋଦୀ ଏହାକୁ ତାଙ୍କର ସ୍ୱପ୍ନର ବିଭାଗ ବୋଲି ବର୍ଣ୍ଣନା କରିଛନ୍ତି।

ସମ୍ବନ୍ଧିତ ଖବର