ଡାର୍ଲିଂ ତୁମେ ଯାହା ମାଗିବ ସବୁ ଦେବି ବୋଲି କହୁଥିଲା ପ୍ରେମିକ, ୮୫କୋଟି ମିଳିବା ପରେ ଛାଡ଼ିଦେଲା

ନୂଆଦିଲ୍ଲୀ: “ଡାର୍ଲିଂ ତୁମେ ଯାହା ମାଗିବ ସବୁ ଦେବି। ଦୁନିଆର ସବୁ ଖୁସି ତୁମ ପାଦ ତଳେ ଅଜାଡ଼ି ଦେବି। ତୁମେ ମୋ ପାଇଁ ସବୁ କିଛି। ତୁମର ସବୁ ସ୍ବପ୍ନ ପୂରଣ କରିବି” ବୋଲି ପ୍ରେମିକାକୁ କହୁଥିଲା ପ୍ରେମିକ। ହେଲେ ପାଖକୁ ଟଙ୍କା ଆସିବା ପରେ ଗୋଟିଏ ସେ‌କେଣ୍ଡରେ ପ୍ରେମିକାକୁ ପ୍ରେମିକ ଛାଡ଼ିଦେଇଥିବା ଜଣାପଡ଼ିଛି। ଜଣେ ବ୍ୟକ୍ତି ୮୫କୋଟି ଟଙ୍କା ମୂଲ୍ୟର ଲଟେରୀ ଜିତିବା ପରେ ତୁରନ୍ତ ନିଜ ପ୍ରେମିକାକୁ ଛାଡି ଦେଇଥିବା ସାମ୍ନାକୁ ଆସିଛି। ପ୍ରେମିକାକୁ ଦେଇଥିବା କଥାକୁ ଭୁଲି ଟଙ୍କା ଜିତିବା ପରେ ସେ ବିଳାସପୂର୍ଣ୍ଣ ଜୀବନଯାପନ କରିବା ଆରମ୍ଭ କରି ପାର୍ଟି କରିଥିଲେ ଏବଂ ଏକ ମହଙ୍ଗା କାର ମଧ୍ୟ କିଣିଥିଲେ।

ଜର୍ମାନୀରେ ରହୁଥିବା ପ୍ରେମିକା ଦାବି କରିଛନ୍ତି ଯେ, “ମୋ ୪୨ବର୍ଷିୟ ପ୍ରେମିକ କୁରସତ ଲଟେରୀ ଜିତିବା ମାତ୍ରେ ମୋ ସହ ଥିବା ସବୁ ସମ୍ପର୍କ ଭାଙ୍ଗିଥିଲେ। ଏହା ପରେ ୩କୋଟି ମୂଲ୍ୟର ଫରାରୀ କାର କିଣିଥିଲେ। ମୁଁ ଭାବିନଥିଲି ଯେ ଟଙ୍କା ମିଳିବା ପରେ କୁରସତ ଏଭଳି କରିବେ। ସେ ମୋତେ ଡାର୍ଲିଂ ବୋଲି କହୁଥିଲେ ଏବଂ ସବୁଦିନ ପାଇଁ ମୋ ସହିତ ରହିବେ ବୋଲି ପ୍ରତିଜ୍ଞା କରିଥିଲେ। ଆମେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ। ଲଟେରୀ ଜିତିବା ପରେ ସେ କହିଥିଲେ ମୁଁ ଧନୀ ହୋଇଗଲି। ବର୍ତ୍ତମାନ ମୁଁ ତୁମ ପାଇଁ କିଛି ବି କିଣି ପାରିବି। କିନ୍ତୁ ୮୫କୋଟି ୭୬ଲକ୍ଷ ଟଙ୍କା ପାଇବା ପରେ ସେ ମୋତେ ଫୋନ କରି କହିଥିଲେ ଯେ, ସେ ମୋତେ ଭଲ ପାଆନ୍ତି ନାହିଁ। ମୋ ପ୍ରେମିକା ହୋଇ ରହିଲେ ମୁଁ ତୁମକୁ ଟଙ୍କା ଦେବି। ହେଲେ ମୁଁ ତାଙ୍କର ପ୍ରସ୍ତାବକୁ ଗ୍ରହଣ କଲିନାହିଁ।”

ସମ୍ବନ୍ଧିତ ଖବର