ଦେଖନ୍ତୁ ଭିଡିଓ: ଡିଆର୍‌ଆଇ ଚଢ଼ାଉ ବେଳେ କୋଲ୍‌କାତାର ଛଅ ତାଲା କୋଠାରୁ ଖସୁଛି ଟଙ୍କା

କୋଲ୍‌କାତା: ବୁଧବାର ଅପରାହ୍ଣରେ ଡିଆର୍‌ଆଇ କର୍ମଚାରୀମାନେ ହକ୍‌ ମର୍କେଣ୍ଟାଇଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କାର୍ଯ୍ୟାଳୟରେ ତଲାସ କରିବା ବେଳେ ସେ କାର୍ଯ୍ୟାଳୟରୁ ତଳକୁ ନଗଦ ଟଙ୍କା ତାଡ଼ା (ବଣ୍ଡଲ୍‌) ଫିଙ୍ଗାଯାଇଥିଲା।

ବେଣ୍ଟିକ୍‌ ଷ୍ଟ୍ରିଟ୍‌ରେ ଅବସ୍ଥିତ ସେ ଛଅ ତାଲା କୋଠାରୁ ରାସ୍ତା ଉପରକୁ କାଗଜ ଟଙ୍କା ବୃଷ୍ଟି କରାଯାଇଥିଲା।

ଏହି ଘରୋଇ ଉଦ୍ୟଗୋର ସମ୍ପୃକ୍ତ ମହଲାରେ ଡାଇରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନସ୍‌ର କର୍ମଚାରୀମାନେ ଖାନତଲାସ ଚଳାଇଥିବା ବେଳେ ଘଟିଥିବା ଏହି ଘଟଣାର ଭିଡିଓ ଉତ୍ତୋଳନ କରିଛନ୍ତି ଜଣେ ଦୋକାନୀ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଗୋଟାଏ ଛାଞ୍ଚୁଣିରେ ଛଅ ତାଲାର ଝରକା ବାଟେ ୨୦୦୦, ୫୦୦ ଏବଂ ୧୦୦ ଟଙ୍କିଆ କାଗଜ ଟଙ୍କା ଓଳେଇ ତଳକୁ ଫିଙ୍ଗା ଯାଇଥିଲା।

ଟିକସ ଫାଙ୍କୁଥିବା ଅଭିଯୋଗ କ୍ରମେ ଡିଆର୍‌ଆଇ କର୍ମଚାରୀମାନେ ରପ୍ତାନି-ଆମଦାନି କରୁଥିବା ସେ ଘରୋଇ କମ୍ପାନିରେ ଚଢ଼ାଉ କରିଥିଲେ।
ଡିଆର୍‌ଆଇ ତଲାସ ଅଭିଯାନ ସହ ସେ ଟଙ୍କାବୃଷ୍ଟିର କୌଣସି ସମ୍ପର୍କ ଅଛି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

ଏହି ଘଟଣାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି।

ସମ୍ବନ୍ଧିତ ଖବର