ବିରୋଧୀ ଦଳର ନେତାମାନଙ୍କୁ ଆସନ୍ତାକାଲି ସକାଳ ଜଳଖିଆ ପାଇଁ ନିମନ୍ତ୍ରଣ କଲେ ରାହୁଲ, ଏହି ବିଷୟରେ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ପେଗସସ ବିବାଦ ସହ କୃଷି ଆଇନକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ଲଗାତାର ବିରୋଧୀ ଦଳ ହଙ୍ଗାମା କରୁଛନ୍ତି | ବିରୋଧୀ ଦଳ ପକ୍ଷରୁ ଉପରୋକ୍ତ ଦୁଇଟି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରାଯାଉଛି | ଏହାରି ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତାକାଲି ବିରୋଧୀ ଦଳର ନେତାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଅଛି |

ରାହୁଲ ଆସନ୍ତାକାଲି ସକାଳେ ବିରୋଧୀ ଦଳର ନେତାମାନଙ୍କୁ ସକାଳ ଜଳଖିଆ ପାଇଁ ନିମନ୍ତ୍ରଣ କରିଛନ୍ତି | କୁହାଯାଉଛି ଯେ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କୁ ବିରୋଧୀ ଦଳ କିଭଳି ଘେରିବେ, ସେ ପ୍ରସଙ୍ଗରେ ଆଲୋଚନା ହେବ | ଆସନ୍ତାକାଲି ସକାଳ ସାଢେ ନଅଟା ସମୟରେ ଦିଲ୍ଲୀର କନଷ୍ଟିଚ୍ୟୁସନ କ୍ଲବରେ ଏହି ବୈଠକ ହେବାର ଅଛି |

ସୂଚନା ଥାଉ କି ଆସନ୍ତାକାଲି ମୌସୁମୀ ଅଧିବେସନର ତୃତୀୟ ସପ୍ତାହର ଦ୍ଵିତୀୟ ଦିନ ହେବ | ଗତ ଦୁଇ ସପ୍ତାହ ଧରି ସଂସଦର ଦୁଇଟି ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ଠିକରେ ଚାଲିପାରିନାହିଁ |

ସମ୍ବନ୍ଧିତ ଖବର