କୋଲେଇକୁଣ୍ଡାରେ ୨୩ ହାତୀ

ଜଳେଶ୍ୱର: ଝାଡ଼ଖଣ୍ଡ ରାଜ୍ୟର ଦଲମା ଅଭୟାରଣ୍ୟରୁ ଆସିଥିବା ୬୫ଟି ହାତୀ ପାଖାପାଖି ୨ ମାସ ହେଲାଣି ବାଲେଶ୍ୱର, ମୟୂରଭଞ୍ଜ ଓ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଜିଲ୍ଲାରେ ଆତଙ୍କ ଖେଳାଇଛନ୍ତି। ଏହି ହାତୀପଲରୁ ୩ଟି ଶାବକ ଜନ୍ମ ହେବାପରେ ହାତୀ ସଂଖ୍ୟା ୬୮ରେ ପହଞ୍ଚିଥିଲା। ଗତ ସପ୍ତାହରେ ରାସଗୋବିନ୍ଦପୁର ରେଞ୍ଜରେ ଏକ ହାତୀ ଛୁଆର ମୃତ୍ୟୁ ଘଟିବା ପରେ ପଲରେ ହାତୀ ସଂଖ୍ୟା ୬୭ ହୋଇଛି। ସେଥିମଧ୍ୟରୁ ୨୩ଟି ହାତୀ ପଶ୍ଚିମବଙ୍ଗ ଚାନ୍ଦାବିଲା ରେଞ୍ଜ ଅଧୀନ ରାମେଶ୍ବର ତପୋବନ ରାସ୍ତାରେ କୋଲେଇକୁଣ୍ଡାକୁ ଚାଲି ଯାଇଛନ୍ତି।

କୋଲେଇକୁଣ୍ଡାର ଅତି ନିକଟରେ ଦଲମା ଅଭୟାରଣ୍ୟ ଥିବାରୁ ଏହି ୨୩ ଟିକିଆ ହାତୀପଲ ଆଉ ବାଲେଶ୍ୱର କିମ୍ବା ମୟୂରଭଞ୍ଜ ଅଞ୍ଚଳକୁ ଫେରି ନପାରନ୍ତି ବୋଲି ପରିବେଶବିତ୍‌ମାନେ ଆଶାବ୍ୟକ୍ତ କରିଛନ୍ତି। ବାକି ୪୪ଟି ହାତୀ ସେହି ପଶ୍ଚିମବଙ୍ଗର ନୟାଗ୍ରାମ ରେଞ୍ଜ ଅଧୀନ ପାଞ୍ଚକାହାଣିଆ ଜଙ୍ଗଲରେ ରହିଛନ୍ତି। ଏହି ହାତୀପଲ ପାଞ୍ଚକାହାଣିଆ ନିକଟରେ ଥିବା ଏକ ଜଳାଶୟରୁ ପାଣି ପିଉଥିବା ବେଳେ ଓଡ଼ିଶା ଓ ପଶ୍ଚିମବଙ୍ଗର ଏକ ବନ ଅଧିକାରୀ ଟିମ୍‌ ଫଟୋ ଉତ୍ତୋଳନ କରିଥିଲେ।

ସମ୍ବନ୍ଧିତ ଖବର