ମସ୍କୋ: ରୁଷିଆର ଏକ ହେଲିକପ୍ଟର ତେଲ ଭରିବା ପାଇଁ ଆଜି ପ୍ରତ୍ୟୁଷରୁ ଉତ୍ତର ସାଇବେରିଆ ଅଞ୍ଚଳକୁ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ହେଲିକପ୍ଟର ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ୧୮ଜଣ ମୁତ୍ୟୁବରଣ କରିଥିବା ରୁଷୀୟ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

Advertisment

publive-image

ରୁଷୀୟ ପରିବହନ ମନ୍ତ୍ରାଳୟ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଅଜି ପ୍ରତ୍ୟୁଷରୁ ୩ ଜଣ କ୍ରୁ ସଦସ୍ୟଙ୍କ ସହ ୧୫ ଜଣ ଯାତ୍ରୀଙ୍କୁ ଧରି ଏକ ହେଲିକପ୍ଟର ଉତ୍ତର ସାଇବେରିଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ତେବେ, ଉଡ଼ାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ହେଲିକପ୍ଟରଟି ମଝି ଆକାଶରେ ଦୁର୍ଘଟଣା ଗ୍ରସ୍ତ ହୋଇ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ହେଲିକପ୍ଟରରେ ସମସ୍ତ ୧୮ ଜଣ ମୁତ୍ୟୁବରଣ କରିଛନ୍ତି। ତେବେ, ଆଜି ପାଗ ସ୍ୱାଭାବିକ ରହିଥିବା ବେଳେ ଏହି ଦୁର୍ଘଟଣା କପରି ଓ କେଉଁ ପରିସ୍ଥିତିରେ ଘଟିଲା, ତାହାର କାରଣ ଜଣା ପଡ଼ିନାହିଁ ବୋଲି ରୁଷୀୟ ପରିବହନ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ, ଏହି ଦୁର୍ଘଟଣାର ଖବର ମିଳିବା ପରେ ଦୁର୍ଘଟଣାସ୍ଥଳକୁ ମୃତାହାତଙ୍କ ସନ୍ଧାନ ପାଇଁ ପରିବହନ ମନ୍ତ୍ରାଳୟ ପକ୍ଷରୁ ଅନ୍ୟ ଏକ ହେଲିକପ୍ଟର ପଠା ଯାଇଥିବା ଜାଣିବାକୁ ମିଳିଛି।