ବନ୍ୟଜନ୍ତୁ (ସୁରକ୍ଷା) ସଂଶୋଧନ ବିଲ୍‌ରେ ଭାଗ ନେଲେ ସୁଲତା

ନୂଆଦିଲ୍ଲୀ : ବୁଧବାର ଦିନ ରାଜ୍ୟସଭାରେ ଆଗତ ବନ୍ୟଜନ୍ତୁ (ସୁରକ୍ଷା) ସଂଶୋଧନ ବିଲ୍‌-୨୦୨୨ ବିତର୍କରେ ଭାଗ ନେଇଥିଲେ ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ। ରାଜ୍ୟସଭା ଆଲୋଚନାରେ ପ୍ରଥମ ଥର ପାଇଁ ସୁଲତା ବୁଧବାର ଦିନ ଅଂଶଗ୍ରହଣ କରିଥିଲେ।

ସେ ଉକ୍ତ ବିଲ୍‌ ଆଲୋଚନାରେ ଭାଗ ନେଇ କହିଲେ ଯେ ବନ୍ୟ ଜନ୍ତୁ ସୁରକ୍ଷାକୁ ନେଇ ଯେଉଁସବୁ ନିୟମ ରହିଛି, ତାକୁ କଡ଼ାକଡ଼ି ପାଳନ କରାଯିବା ଦରକାର। ଓଡ଼ିଶା ସମ୍ପର୍କରେ ସେ କହିଲେ, ରାଜ୍ୟରେ ୧୯ଟି ଅଭୟାରଣ୍ୟ , ୨ଟି ଜାତୀୟ ଉଦ୍ୟାନ, ୨ଟି ବ୍ୟାଘ୍ର ସଂରକ୍ଷଣ, ୩ଟି ହାତୀ ସଂରକ୍ଷଣ ଏବଂ ଗୋଟିଏ ଜୈବମଣ୍ଡଳ ରହିଛି। ଓଡ଼ିଶା ଏଭଳି ଏକ ରାଜ୍ୟ ଯେଉଁଠି ବାଘ, ହାତୀ, ଅଲିଭ ରିଡ୍‌ଲେ କଇଁଛ, ଇରାୱାଡି ଡଲଫିନ୍‌ ରହିଛନ୍ତି। ରାଜ୍ୟରେ ୨୦୦୨ରୁ ୨୦୨୨ ଭିତରେ ଜଙ୍ଗଲ ଅଞ୍ଚଳ ୧୦ ହଜାର ବର୍ଗ ମିଟର ବୃଦ୍ଧି ପାଇଛି। ସେ ମଣିଷ-ହାତୀ ସଂଘର୍ଷକୁ ‌ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଉଲ୍ଲେଖ କରିଥିଲେ। ବନ୍ୟଜନ୍ତୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ପୁରସ୍କୃତ କରିବାକୁ ଶ୍ରୀମତୀ ଦେଓ ଏହି ଅବସରରେ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର