ରେସ୍ତୋରାଁରେ ଖାଉଥିବା ବେଳେ ଲୋକପ୍ରିୟ ସୌନ୍ଦର୍ଯ୍ୟ ରାଣୀଙ୍କୁ ହତ୍ୟା

ନୂଆଦିଲ୍ଲୀ:  ଇକ୍ୟୁଏଡରର ସୌନ୍ଦର୍ଯ୍ୟ ରାଣୀଙ୍କୁ ହତ୍ୟା କରାଯାଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ସୌନ୍ଦର୍ଯ୍ୟ ରାଣୀ (ବିୟୁଟି କୁଇନ)ଙ୍କ ନାମ ଲାଣ୍ଡି ପାରାଗା ଗୋଏବୁରୋ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୃତ ଲାଣ୍ଡି ପାରାଗାଙ୍କ ବୟସ ୨୩ବର୍ଷ ‌ହେବ। ସେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ କ୍ବେଭେଡୋ ସହରକୁ ଯାଇଥିଲେ। ଏହି ସମୟରେ ସେ ଏକ ରେସ୍ତୋରାଁରେ ପହଞ୍ଚି ଭୋଜନ କରୁଥିଲେ। ଏତିକି ବେଳେ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ଅତର୍କିତ ଗୁଳି କରିଥିଲେ। ଦୁର୍ବୃତ୍ତଙ୍କ ଗୁଳିରେ ସୌନ୍ଦର୍ଯ୍ୟ ରାଣୀ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ।

କୁହାଯାଉଛି କି ଗୋଏବୁରୋ ରେସ୍ତୋରାଁରେ ପହଞ୍ଚିବା ପୂର୍ବରୁ  ନିଜ ଫୋନର ଲୋକେସନ ଅନ କରି ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରିଥିଲେ। ଦୁର୍ବୃତ୍ତମାନେ ତାଙ୍କ ଲୋକେସନକୁ ଆଧାର କରି ରେସ୍ତୋରାଁରେ ପହଞ୍ଚି ଯାଇଥିଲେ। ସୁଯୋଗ ଦେଖି ସୌନ୍ଦର୍ଯ୍ୟ ରାଣୀ ଲାଣ୍ଡି ପାରାଗା ଗୋଏବୁରୋଙ୍କୁ ଗୁଳି କରି ‌ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ମୃତ୍ୟୁ ପୂର୍ବରୁ ଲ୍ୟାଣ୍ଡି ‘ଅକ୍ଟୋପସ ସେଭିକ’ର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ରେସ୍ତେରାଁରେ ବସି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ୨୦୨୨ ମିନ ଇକ୍ୟୁଏଡ଼ର ପ୍ରତିଯୋଗିତାରେ ଲ୍ୟାଣ୍ଡି ପାରାଗା ଗୋଏବୁରୋ ଭାଗ ନେଇଥିଲେ। ଡ୍ରଗ୍ସ ବେପାରୀ ‌ଲେଣ୍ଡ୍ରୋ ନୋରୋଙ୍କ ସହ ଲ୍ୟାଣ୍ଡିଙ୍କ ସମ୍ପର୍କ ଥିଲା। ତେବେ ଗୋଏବୁରୋଙ୍କର ଗତବର୍ଷ ଜେଲରେ ଥିବା ଅବସ୍ଥାରେ ମୃତ୍ୟୁ ହୋଇ ଯାଇଥିଲା।

 

ସମ୍ବନ୍ଧିତ ଖବର