ଗୁଲୁ ପାଇଁ ବିସ୍କୁଟ ନେଇ ଯୋଗୀ ଯାଆନ୍ତୁ, ଅଖିଳେଶଙ୍କ ଏହି ବୟାନ ପଛର କାରଣ କ’ଣ

ଲଖନଉ: ଉତ୍ତରପ୍ରଦେଶରେ ଏବେ ବିଧାନସଭା ନିର୍ବାଚନ ଚାଲିଛି ଏବଂ ନେତାଙ୍କ ବୟାନବାଜି ଜାରି ରହିଛି। ଆଜି ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି ଗୋରଖପୁର ଯାଆନ୍ତୁ ବୋଲି ଦୋହରାଇଛନ୍ତି। କେବଳ ଏତିକି ନୁହେଁ ଅଖିଳେଶ ଯାଦବ ଏହା ମଧ୍ୟ କହିଛନ୍ତି ଯେ ଗୋରଖପୁରକୁ ଯିବାବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଗୁଲୁ ପାଇଁ ବିସ୍କୁଟ ନେବା ଉଚିତ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ମନେ ପକାଇବାକୁ ଚାହୁଁଛି ଯେ ସେ ତାଙ୍କ ଗୁଲୁ ପାଇଁ ଯେମିତି ହେଲା ବି ବିସ୍କୁଟ ନେଇକି ଯିବେ । ଗୋରଖପୁରରେ ଗୁଲୁ ଆପଣଙ୍କୁ ଅପେକ୍ଷା କରିଛି |

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗୋରଖପୁରରେ ଥିବା ଗୋରଖନାଥ ମନ୍ଦିରରେ ଅନେକ ପ୍ରାଣୀ ରହୁଛନ୍ତି । ଏଠାରେ ଏକ କୁକୁରର ନାମ ଗୁଲୁ ହୋଇଥିବାବେଳେ କୁହାଯାଏ ଯେ ଗୁଲୁ ଯୋଗୀ ଆଦିତ୍ୟନାଥଙ୍କ ପ୍ରିୟ ଗୃହପାଳିତ ପଶୁ। ଗୁଲୁ ଏକ ଲାବ୍ରାଡର କୁକୁର |

ସୂଚନା ଥାଉ କି ଯେ ଉତ୍ତରପ୍ରଦେଶରେ ମୋଟ ୭ଟି ପର୍ଯ୍ୟାୟ ନିର୍ବାଚନ ଥିବାବେଳେ ଏପର୍ଯ୍ୟନ୍ତ ଚାରୋଟି ପର୍ଯ୍ୟାୟ ସମାପ୍ତ ହୋଇଛି | ବର୍ତ୍ତମାନ ପର୍ଯ୍ୟନ୍ତ ୟୁପିର ୨୩୧ ବିଧାନସଭା ଆସନରେ ମତଦାନ ହୋଇଥିବାବେଳେ ଫେବୃଆରୀ ୨୭ ରେ ପଞ୍ଚମ ପର୍ଯ୍ୟାୟ, ମାର୍ଚ୍ଚ ୩ରେ ଷଷ୍ଠ ପର୍ଯ୍ୟାୟ ଏବଂ ମାର୍ଚ୍ଚ ୭ ରେ ସପ୍ତମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ। ମାର୍ଚ୍ଚ ୧୦ ରେ ୟୁପି ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

ସମ୍ବନ୍ଧିତ ଖବର