ବୋର୍ଡ ପରୀକ୍ଷା ପୂର୍ବରୁ କଶ୍ମୀରରେ ଆତଙ୍କବାଦୀମାନେ ସରକାରୀ ସ୍କୁଲ୍‌ରେ ନିଆଁ ଲଗାଇ ଦେଲେ

ଶ୍ରୀନଗର: ଦଳେ ଆତଙ୍କବାଦୀ ଶୋପିଆଁ ଜିଲ୍ଲା ଅନ୍ତର୍ଗତ କୁମଦଲାନ୍‌ ଗାଁରେ ଥିବା ଗୋଟାଏ ସରକାରୀ ସ୍କୁଲ୍‌ ଘରେ ଶୁକ୍ରବାର ଦିନ ନିଆଁ ଲଗାଇ ଦେଇଛନ୍ତି। ଶନିବାର ଅର୍ଥାତ୍‌ ଆଜି ସେ ସ୍କୁଲ୍‌ରେ ବୋର୍ଡ ପରୀକ୍ଷା ହେବାକୁ ଥିଲା।

ସ୍କୁଲ୍‌ ଘରେ ନିଆଁ ଲଗାଇବାକୁ ଆତଙ୍କବାଦୀମାନେ ପେଟ୍ରୋଲ୍‌ ବୋମା ଫିଙ୍ଗି ଥିଲେ।

ଅକ୍ଟୋବର ୩୧ ତାରିଖ ଦିନ ଜମ୍ମୁ ଓ କଶ୍ମୀର ବିଭାଜନ ହୋଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଆତଙ୍କବାଦୀମାନେ ଏ ଭଳି କାଣ୍ଡ ଭିଆଇଛନ୍ତି। ଆତଙ୍କବାଦୀଙ୍କ ଏ ଭଳି କାର୍ଯ୍ୟକଳାପ ଯୋଗୁଁ ପୁଣି ଜମ୍ମୁ ଓ କଶ୍ମୀରରେ କଟକଣା ଲାଗୁ କରାଯାଇଛି।

Image Source: MNS

ଗତ ଅଳ୍ପ କେତେ ସପ୍ତାହ ମଧ୍ୟରେ ଏହା ହେଉଛି କଶ୍ମୀରରେ ସ୍କୁଲ୍‌ରେ ନିଆଁ ଲଗାଯିବାର ଦ୍ୱିତୀୟ ଘଟଣା।

କିଛି ଦିନ ତଳେ ପୁଲ୍‌ଓ୍ଵାମାସ୍ଥିତ ଗୋଟାଏ ସ୍କୁଲ୍‌ ବାହାରେ ଗୁଳି ବିନିମୟ ଘଟିଥିଲା। ସେଠାରେ ପିଲାମାନେ ବୋର୍ଡ ପରୀକ୍ଷା ଦେଉଥିଲେ। ଆତଙ୍କବାଦୀ ଏବଂ ନିରାପତ୍ତା ବଳଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ସ୍କୁଲ୍‌ ଘରେ ପାଞ୍ଚ ଜଣ ପିଲା ରହିଯାଇଥିଲେ।

କଶ୍ମୀର ଡିଭିଜନ୍‌ର ପ୍ରାୟ ୪୮୦୦୦ ଛାତ୍ରଛାତ୍ରୀ ବୁଧବାର ଦିନ ଦ୍ୱାଦଶ ଶ୍ରେଣୀର ଆନୁଆଲ୍‌ ରେଗୁଲାର୍‌ ଏକ୍ଜାମିନେସନ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର