ୟୁକ୍ରେନରେ ମୃତାହତ ରୁଷ୍‌ ସୈନିକଙ୍କ ସଂଖ୍ୟା ୨ ଲକ୍ଷ: ଆମେରିକା

ୱାସିଂଟନ : ୟୁକ୍ରେନ ଯୁଦ୍ଧରେ ପ୍ରାୟ ୨ ଲକ୍ଷ ରୁଷ୍‌ ସୈନିକ ମୃତାହତ ହେଲେଣି ବୋଲି ଆମେରିକାର ଏକ ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ନଭେମ୍ବରରେ ଏହି ସଂଖ୍ୟା ୧ ଲକ୍ଷ ଟପିଥିଲା ବୋଲି କେତେକ ଆମେରିକୀୟ ଅଧିକାରୀ ଏବଂ ପାଶ୍ଚାତ୍ୟ କୂଟନେତାମାନେ କହିଥିଲେ। ତେବେ ଚଳିତ ସପ୍ତାହରେ ଆମେରିକାର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ୟୁକ୍ରେନରେ ନିହତ ଏବଂ ଆହତ ରୁଷ୍‌ ସୈନିକଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ହେବ।

ଗତ ଜାନୁଆରି ୨୨ରେ ନରୱେର ପ୍ରତିରକ୍ଷା ମୁଖ୍ୟ କହିଥିଲେ ଯେ ରୁଷ୍‌ର ପ୍ରାୟ ୧୮୦,୦୦୦ ସୈନିକ ନିହତ କିମ୍ବା ଆହତ ହୋଇଛନ୍ତି। ଏନେଇ ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ରୁଷ୍‌ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହିଁ।

ସମ୍ବନ୍ଧିତ ଖବର