କେନ୍ଦ୍ରମନ୍ତ୍ରୀ ସଦାନନ୍ଦ ଗୌଡ଼ା ଡାକ୍ତରଖାନାରେ ଭର୍ତ୍ତି

ବେଙ୍ଗାଲୁରୁ : କେନ୍ଦ୍ରମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ା (୬୭) ହଠାତ୍‌ ଅସୁସ୍ଥ ‌ହୋଇପଡ଼ିବାରୁ ତାଙ୍କୁ ଆଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିତ୍ରଦୁର୍ଗାରେ ଦଳୀୟ କର୍ମୀମାନଙ୍କୁ ନେଇ ବୈଠକ କରୁଥିବାବେଳେ ସେ ଚେତାଶୂନ୍ୟ ହୋଇ ପଡ଼ିଲେ। ତୁରନ୍ତ ତାଙ୍କୁ ବାସବେଶ୍ବର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଲୋ ବ୍ଲଡ୍ ସୁଗାର ଯୋଗୁଁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କର ଆବଶ୍ୟକ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର