ୟୁପି ଲୋକସଭା ଉପ-ନିର୍ବାଚନ: ଏକାଠି ହେଲେ ଅଖିଳେଶ ଓ ମାୟାବତୀ

ଗୋରଖପୁର: ଉତ୍ତର ପ୍ରଦେଶର ଦୁଇଟି ଲୋକସଭା ଆସନ ପାଇଁ ହେବାକୁ ଥିବା ଉପ-ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀଙ୍କୁ ହରାଇବା ଲକ୍ଷ୍ୟରେ ମୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଓ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି (ସପା) ପରସ୍ପର ମଧ୍ୟରେ ହାତ ମିଳାଇଛନ୍ତି। ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶର ଗୋରଖପୁର ଓ ଫୁଲପୁର ଲୋକସଭା ଆସନ ପାଇଁ ଆସନ୍ତା ୧୧ ତାରିଖରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ।

ଉତ୍ତର ପ୍ରଦେଶ ଲୋକସଭା ଉପ- ନିର୍ବାଚନରେ ମୟାବତୀଙ୍କ ନେତୃତ୍ୱାଧୀନ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ନିଜର କୌଣସି ପ୍ରାର୍ଥୀଙ୍କୁ ନିର୍ବାଚନରେ ଛିଡ଼ା କରାଇବ ନାହିଁ; ବରଂ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି (ସପା)ର ପ୍ରାର୍ଥୀଙ୍କୁ ଉପ-ନିର୍ବାଚନରେ ସମର୍ଥନ ଦେବ ବୋଲି ଘୋଷଣା କରିଛି। ଏହି ଉପ ନିର୍ବାଚନରେ ଗୋରଖପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ସମାଜବାଦୀ ପାର୍ଟି (ସପା)ର ପ୍ରାର୍ଥୀ ପ୍ରବିନ୍‌ କୁମାର ନିଶାଦ ଓ ଫୁଲପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ନଗେନ୍ଦ୍ର ସଂହ ପଟେଲଙ୍କୁ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସମର୍ଥନ ଦେବ ବୋଲି ବିଏସ୍‌ପି ସୁପ୍ରିମୋ ମାୟାବତୀ ଘୋଷଣା କରିଛନ୍ତି। ଏହି ଉପ ନିର୍ବାଚନରେ ବିଜେପିକୁ ପରାଜିତ କରିବା ଲକ୍ଷ୍ୟରେ ବିଏସ୍‌ପି ଓ ସପା ମଧ୍ୟରେ ଏହି ବୁଝାମଣା ହୋଇଛି ବୋଲି କହିଛନ୍ତି ମୟାବତୀ ଓ ଅଖିଲେଶ।

ସମ୍ବନ୍ଧିତ ଖବର