ଦିଲ୍ଲୀ-ଏନସିଆରରେ ପ୍ରଥମ ବର୍ଷା: ସାଂସଦଙ୍କୁ ଟେକି ଟେକି ଘରରୁ ଗାଡ଼ି ପର୍ଯ୍ୟନ୍ତ ନେଲେ କର୍ମୀ

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ପ୍ରଥମ ବର୍ଷା ଲୋକ ତଥା ରାଜନେତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି। ଶୁକ୍ରବାର ପୂର୍ବାହ୍ନରେ ଜାତୀୟ ରାଜଧାନୀର ଲୋଧି ଇଷ୍ଟେଟ୍ ଅଞ୍ଚଳରେ ସମାଜବାଦି ପାର୍ଟି ସାଂସଦ ରାମ ଗୋପାଳ ଯାଦବଙ୍କ ବଙ୍ଗଳା ଚାରିପାଖରେ ରାସ୍ତା ବୁଡ଼ି ରହିଥିଲା। ଯେତେବେଳେ ଶ୍ରୀ ଯାଦବ ସଂସଦ ଛାଡିବାକୁ ବାହାରିଲେ, ସେତେବେଳେ ସେ ଏବଂ ତାଙ୍କ ବନ୍ଧୁମାନେ ସାମ୍ନା ଜଳମଗ୍ନ ହୋଇଥିବା ଦେଖିବାକୁ ପାଇଥିଲେ।

ଦିଲ୍ଲୀରେ ଆଜି ମୂଷଳଧାର ବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର ହୋଇପଡିଛି । ଏଥିରେ କେବଳ ସାଧାରଣ ଜନତା ନୁହଁନ୍ତି ବରଂ ନେତା, ମନ୍ତ୍ରୀଙ୍କ ଅବସ୍ଥା ବି ସାଂଘାତିକ ହୋଇପଡିଛି, ଯାହାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

ଦିଲ୍ଲୀର ଏନସିଆର ଇଲାକାରେ ରହୁଥିବା ଆପ୍ ସାଂସଦ ରାମ ଗୋପାଳ ଯାଦବଙ୍କ ଘରେ ପାଣି ପଶିଗଲା । ହେଲେ ଆଜି ସଂସଦରେ ଯୋଗ ଦେବାକୁ ଥିବାରୁ ତାଙ୍କୁ କିଛି କର୍ମଚାରୀ କାର ଯାଏଁ ଟେକି ଟେକି ନେଉଥିବାର ଦେଖିବାକୁ ମିଳିଥିଲା । ସଂସଦଙ୍କୁ କର୍ମୀମାନେ ତାଙ୍କ ଘରୁ କାର୍‌ ପର୍ଯ୍ୟନ୍ତ ଟେକି ଟେକି ନେଉଥିବାର ଦେଖିବାକୁ ମିଳିଛି।

ପ୍ରବଳ ବର୍ଷା ତାଙ୍କୁ ବିନା ସାହାଯ୍ୟରେ ଯିବା ଅସମ୍ଭବ ହୋଇପଡିଥିଲା। ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ଦ୍ୱାରା ସେୟାର କରାଯାଇଥିବା ଏକ ଭିଡିଓରେ ଶ୍ରୀ ଯାଦବଙ୍କ କର୍ମଚାରୀମାନେ ତାଙ୍କୁ ଉଠାଇ କାରରେ ବସାଉଥିବାର ଦୃଶ୍ୟ କଏଦ ହୋଇଛି।

 

ସମ୍ବନ୍ଧିତ ଖବର