ଏ ବୟସରେ ଆପଣଙ୍କୁ ଏହା ଶୋଭା ଦେଉଛି କି? ଖଡ଼ଗେଙ୍କୁ ପ୍ରଶ୍ନ କଲେ ଯୋଗୀ ଆଦିତ୍ୟନାଥ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ନିର୍ବାଚନ ପ୍ରଚାରରେ ବରିଷ୍ଠ ନେତାମାନଙ୍କୁ ମଇଦାନକୁ ଓହ୍ଲାଇଛି | ତେବେ ବର୍ତ୍ତମାନ ବିଜେପି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି | ତେବେ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କର୍ଣ୍ଣାଟକରେ ପ୍ରଚାର କରିବା ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏଭଳି ଏକ ପ୍ରଶ୍ନ ପଚାରିଛନ୍ତି ଯାହାକୁ ନେଇ ଆଲୋଚନା ଜୋର ଧରିଛି | ଅତୀତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ମଲ୍ଲିକାର୍ଜୁନ ଦେଇଥିବା ବିବାଦୀୟ ବୟାନକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସମାଲୋଚନା କରିଛନ୍ତି । କର୍ଣ୍ଣାଟକର କଲାବୁର୍ଗୀଠାରେ ଏକ ସଭାରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ “କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଜୀ ମୋଦୀଙ୍କୁ ନେଇ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା କଣ ଠିକ କି?

ଏହି ବୟସରେ ଖଡ଼ଗେ ଏଭଳି ବୟାନ ଦେବା ତାଙ୍କୁ ଶୋଭା ଦେଉଛି କି? ଏହା ଦର୍ଶାଉଛି ଯେ କଂଗ୍ରେସ ହାରିବାକୁ ଯାଉଛି ଏବଂ ତାଙ୍କ ପୁଅ ଅମାନତ ହରାଇବାକୁ ଯାଉଛନ୍ତି | ପ୍ରଧାନମନ୍ତ୍ରୀଙ୍କୁ ଅପମାନ କରିବା ଅର୍ଥ ଦେଶକୁ ମଧ୍ୟ ଅପମାନ କରାଯାଉଛି । ସେ ଭାରତକୁ ଅପମାନିତ କରିଛନ୍ତି । ସେ ଭାରତର ୧୪୦ କୋଟି ଲୋକଙ୍କୁ ଅପମାନିତ କରନ୍ତି। ଭାରତକୁ ଅପମାନ କରୁଥିବା ବ୍ୟକ୍ତିଙ୍କୁ ଆମେ ଗ୍ରହଣ କରିବା ଉଚିତ୍ ନୁହେଁ। ଯୋଗୀ କହିଛନ୍ତି ଯେ ଆଜି ଲୋକମାନେ ମୋତେ ପଚାରୁଛନ୍ତି କାହିଁକି ଉତ୍ତରପ୍ରଦେଶରେ ଲୋକମାନେ ତୁମକୁ ଏତେ ଭଲ ପାଆନ୍ତି | ମୁଁ ଗୋଟିଏ କଥା କହୁଛି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନ ଏବଂ ଡବଲ୍ ଇଞ୍ଜିନ୍ ସରକାରଙ୍କ ଶକ୍ତି ଯୋଗୁଁ ଏହା ସମ୍ଭବ ।

ସମ୍ବନ୍ଧିତ ଖବର