ବେଙ୍ଗାଲୁର ବିମାନବନ୍ଦରରେ ପଶି ଭିଡିଓ କରିବା ମହଙ୍ଗା ପଡ଼ିଲା, ଗିରଫ ହେଲେ ୨୩ ବର୍ଷୀୟ ୟୁଟ୍ୟବର୍

ବେଙ୍ଗାଲୁରୁ: ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରବେଶ କରିବା, ଏକ ଭିଡିଓ ରେକର୍ଡିଂ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଯୁବକ ଜଣକ ହେଉଛନ୍ତି ଜଣେ ୟୁଟ୍ୟୁବର୍‌। ୨୩ ବର୍ଷୀୟ ଯୁବକ ଜଣକ ଭିଡିଓ ସୁଟ୍‌ କରିବାକୁ ବିମାନବନ୍ଦର ଭିତରକୁ ପଶି ଯାଇଥିଲେ। ଏହି କାରଣଙ୍କୁ ତାଙ୍କୁ ଗିରଫ କରାଯାଇଛି। ୟୁଟ୍ୟୁବର୍‌ ଜଣକ ବିମାନବନ୍ଦର ଭିତରେ ଗୋଟାଏ ଦିନ ରହିଥିଲେ ବୋଲି ମିଛରେ ଭିଡିଓରେ କହୁଥିବାର ପୁଲିସ୍‌ ସୂଚନା ଦେଇଛି।

ବେଙ୍ଗାଲୁରୁର ୟେଲାହାଙ୍କର ନିବାସୀ ବିକାଶ ଗୌଡ଼ ଏପ୍ରିଲ ୭ ତାରିଖ ରାତି ୧୨ଟା ସମୟରେ ଚେନ୍ନାଇ ଅଭିମୁଖେ ଏୟାର ଇଣ୍ଡିଆ ବିମାନର ଟିକେଟ ନେଇ ବିମାନବନ୍ଦରରେ ପ୍ରବେଶ କରିଥିଲେ ବୋଲି ପୁଲିସ୍‌ କହିଛି।

ପୁଲିସର ସୂଚନାନୁସାରେ, ସେ “ଜାଣିଶୁଣି” ବିମାନରେ ଚଢ଼ିନଥିଲେ ଏବଂ ଏହା ବଦଳରେ ବିମାନବନ୍ଦରରେ ବୁଲାବୁଲି କରି ମୋବାଇଲରେ ଭିଡିଓ ରେକର୍ଡିଂ କରିଥିଲେ।
ଏପ୍ରିଲ୍ ୧୨ ତାରିଖରେ, ସେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡିଓ ଅପଲୋଡ୍ କରିଥିଲେ,  ଯେଉଁଥିରେ ପାଖାପାଖି ୧.୧୩ ଲକ୍ଷ ସବ୍‌ସ୍କ୍ରାଇବର୍‌ ଅଛନ୍ତି। ବିକାଶ ମିଥ୍ୟା ଦାବି କରିଥିଲେ ଯେ ସେ ବିମାନବନ୍ଦରରେ ଦିନସାରା କଟାଇଛନ୍ତି। ପରେ ଭିଡିଓଟିକୁ ସେ ଡିଲିଟ୍‌ କରି ଦେଇଥିଲେ।

ସେ ବିମାନବନ୍ଦରରେ ପ୍ରବେଶ କରି କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ -୨ ରେ ସୁରକ୍ଷା ଯାଞ୍ଚ ପରେ ବୋର୍ଡିଂ ଲାଉଞ୍ଜ ଆଡକୁ ଗଲେ। କିନ୍ତୁ ବିମାନରେ ବସିବା ପରିବର୍ତ୍ତେ ବିମାନବନ୍ଦର ପରିସରରେ ବୁଲୁଥିଲେ ଏବଂ ବିମାନ ବନ୍ଦରରେ ୬ ଘଣ୍ଟା ବିତାଇଥିଲେ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର