ମଣିପୁର, ପଶ୍ଚିମବଙ୍ଗରେ ହିଂସା ମଧ୍ୟରେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ

ନୂଆଦିଲ୍ଲୀ: ମଣିପୁର ଓ ପଶ୍ଚିମବଙ୍ଗର କେତେକ ସ୍ଥାନରେ ହିଂସା ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ତେବେ ଅନ୍ୟ ରାଜ୍ୟଗୁଡ଼ିକରେ ସ୍ଥିତି ଶାନ୍ତିପୂର୍ଣ୍ଣ ଥିଲା ।  ଭୋଟ ଗ୍ରହଣ ସକାଳ ୭ଟାବେଳେ ଆରମ୍ଭ ହୋଇଥିବାବେଳେ ସଂଧ୍ୟା ୫ଟା ସମୟରେ ଶେଷ ହୋଇଛି । ତେବେ କେତେକ ବୁଥରେ ଏବେ ବି ଭୋଟର ଥିବାରୁ ସେସବୁ ବୁଥରେ ଭୋଟଗ୍ରହଣ ଜାରି ରହିଛି । ଭୋଟ କେନ୍ଦ୍ର ପରିସରରେ ଧାଡ଼ିରେ ଥିବା ସବୁ ଭୋଟର ଭୋଟ ଦେବାପରେ ହିଁ ଭୋଟଗ୍ରହଣ ଶେଷ ହେବ । ଆଜି ୧୬ଟି ରାଜ୍ୟ ଓ ୫ କେନ୍ଦ୍ର ଶାସିତ ଅଂଚଳର ମୋଟ ୧୦୨ଟି ଆସନରେ ଭୋଟ ଗ୍ରହଣ ହୋଇଥିଲା । ଆଜି ମୋଟ ୧୬୨୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ କୈଦ ହୋଇଯାଇଛି ।

ନିର୍ବାଚନ କମିସନଙ୍କ ସୂଚନା ଅନୁସାରେ ସଂଧ୍ୟା ୫ଟା ସୁଦ୍ଧା ପଶ୍ଚିମବଙ୍ଗର ୩ଟି ଲୋକସଭା ଆସନରେ ୭୭.୫୭ ପ୍ରତିଶତ ମତଦାନ ହୋଇଛି । ଅରୁଣାଚଳ ପ୍ରଦେଶରେ ୬୩.୦୩ ପ୍ରତିଶତ ଓ ଆସାମରେ ୭୦ ପ୍ରତିଶତ ମତଦାନ ହୋଇଛି । ଅନ୍ୟପକ୍ଷରେ ହିଂସାଗ୍ରସ୍ତ ମଣିପୁରରେ ୬୭ ପ୍ରତିଶତ ମତଦାନ ହୋଇଛି । ସିକ୍କିରେ ୬୭ ପ୍ରତିଶତ, ତ୍ରିପୁରାରେ ୭୬ ପ୍ରତିଶତ, ତାମିଲନାଡୁରେ ୬୨ ପ୍ରତିଶତ,ଉତ୍ତରପ୍ରଦେଶରେ ୫୭ ପ୍ରତିଶତ ଓ ଉତ୍ତରାଖଣ୍ଡରେ ୫୩ ପ୍ରତିଶତ ଭୋଟଗ୍ରହଣ ହୋଇଛି ।

ସମ୍ବନ୍ଧିତ ଖବର