ଉପହାର ଦେବା ପରେ ପ୍ରଶଂସକଙ୍କୁ ‌ଜୋତା ପିନ୍ଧିବାରେ ସାହାଯ୍ୟ କଲେ ଜନ୍

ନୂଆଦିଲ୍ଲୀ: ସମୟସମୟରେ ଅଭିନେତ୍ରୀ ଓ ଅଭିନେତାଙ୍କ ପ୍ରଶଂସକଙ୍କ ପ୍ରତି ସ୍ନେହ ଭଲପାଇବା ଥିବାର ହୃଦୟସ୍ପର୍ଶୀ ଦୃଶ୍ୟ କ୍ୟାମେରାରେ କୈଦ ହୋଇଯାଇଥାଏ। ନିକଟରେ ପ୍ରଶଂସକଙ୍କ ପ୍ରତି ‌‌ ଜନ ଅବ୍ରାହମଙ୍କ କେତେ ଭଲ ପାଇବା ଅଛି ତାହା ଆପଣମାନେ ଉପରୋକ୍ତ ଫଟୋରୁ ନିଶ୍ଚୟ ଜାଣି ପାରୁଥିବେ।

ତେବେ ଘଟଣାଟି ହେଉଛି ଏପରି, ଜନ ଅବ୍ରାହମ ଜଣେ ଖୋଲା ହୃଦୟର ମଣିଷ ବୋଲି ପୂର୍ବରୁ ସମସ୍ତେ ଜାଣିଛେ। ଜନ ତାଙ୍କ ଅଭିନୟ ଜୀବନରେ ଦମଦାମ ଅଭିନୟ କରି ଦର୍ଶକଙ୍କ ଖୁବ ମନୋରଞ୍ଜନ କରିଛନ୍ତି। ରିଲ ସହିତ ଜନ ଅନେକ କ୍ଷେତ୍ରରେ ରିୟଲ ହିରୋ ବି ପାଲଟିଛନ୍ତି। ଲୋକଙ୍କ ସାହାଯ୍ୟ ପାଇଁ ତାଙ୍କୁ ଯେତେ‌ବେଳେ ବି ସୁଯୋଗ ମିଳିଛି ସେ ତାହାକୁ କେବେ ବି ହାତଛଡ଼ା କରି ନାହାନ୍ତି।

ନିକଟରେ ଜନଙ୍କୁ ତାଙ୍କର ଜ‌ଣେ ପ୍ରଶଂସକ ଭେଟିବାକୁ ଆସିଥିଲେ । ଏହି ସମୟରେ ଅଭିନେତା ପ୍ରଶଂସକଙ୍କୁ ସ୍ବତନ୍ତ୍ର ଉପହାର ଦେଇଥିଲେ। ଏହି ଉପହାରଟି ହେଉଛି ଜନଙ୍କ ଅତିପ୍ରିୟ ବାଇକର ସୁଜ।

ଏହି ଜୋତାକୁ ଅଭିନେତା ତାଙ୍କ ପ୍ରଶଂସକଙ୍କୁ ଉପହାରରେ ଦେଇ ଦେଇଥିଲେ। ଏହାପରେ ତାଙ୍କୁ ପିନ୍ଧିକି ଦେଖିବା ପାଇଁ କହିଥିଲେ। କେବଳ ଏତିକି ନୁହେଁ ପ୍ରଶଂସକଙ୍କ ଜୋତା ପିନ୍ଧୁଥିବା ବେଳେ ଜନ ନଇଁପଡ଼ି ତାଙ୍କୁ ପିନ୍ଧିବାରେ ସାହାଯ୍ୟ ବି କରିଥିଲେ। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଜନଙ୍କ ଠାରୁ ୨୨ହଜାର ଟଙ୍କାର ଜୋତା ପାଇ ଅକ୍ଷୟ କେଦାରି ଖୁବ ଖୁସି ହୋଇଯାଇଥିଲେ।

ସମ୍ବନ୍ଧିତ ଖବର