ସେଲନେଟ୍ ପକ୍ଷରୁ ୧୧ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନ୍‌ ପ୍ରଦାନ

ଭୁବନେଶ୍ବର: ସେଲନେଟ୍ ଏନ୍‌ଏକ୍ସଟି ଷ୍ଟୋରର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବରେ ବିଧାୟକ ଅନନ୍ତ ନାରାୟଣ ଜେନା, ରୁଦ୍ର ମହାରଥୀ, ବିଏମ୍‌ସି ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ୧୧ଜଣ ମେଧାବୀ ଗରିବ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଫୋନ୍‌ ପ୍ରଦାନ କରାଯାଇଥିଲା। ଏହି ଫୋନ୍‌ ସେମାନଙ୍କୁ ଉଚ୍ଚଶିକ୍ଷାରେ ସହାୟକ ହେବ ବୋଲି ସେଲନେଟ୍‌ ପକ୍ଷରୁ କୁହାଯାଇଛି। ଆସନ୍ତା ବର୍ଷ ଏହି ମେଧାବୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଷ୍ଟୋରର ମାଲିକ ଲୋକନାଥ ପାଢ଼ୀ କହିଛନ୍ତି।

ଏହାସହ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଗ୍ରାହକଙ୍କ ପାଇଁ ବାର୍ଷିକ ଉତ୍ସବ ଅଫର ରହିଛି। ଗ୍ରାହକମାନେ ବାପୁଜୀନଗର, ଅଶୋକ ନଗର ଓ ସହିଦନଗରରେ ଥିବା ସେଲନେଟ୍ ଟେଲିଲିଙ୍କ୍‌ସ ଏନ୍‌ଏକ୍ସଟି ‌ଷ୍ଟୋରରୁ ଯେ କୌଣସି ସାମଗ୍ରୀ କିଣି ଲକି ଡ୍ର କୁପନ ପାଇପାରିବେ। କୁପନ ମାଧ୍ୟମରେ ଇଲେକଟ୍ରୋନିକ୍ସ ସାମଗ୍ରୀ ପୁରସ୍କାର ଆକାରରେ ଜିତି ପାରିବେ।

ସମ୍ବନ୍ଧିତ ଖବର