ଦାଦାବଟି ନ ଦେବାରୁ ଆକ୍ରମଣ: ଆଉ ଜଣେ ଗିରଫ

ଭୁବନେଶ୍ବର : ଦାଦାବଟି ନ ଦେବାରୁ ଜଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ଏୟାରପୋର୍ଟ ଥାନା ପୁଲିସ ରବିବାର ଦିନ ଆଉ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ତେଲୁଗୁ ବସ୍ତିର ଆର୍‌ ପବନ(୨୨) ଓରଫ୍‌ ଜାପାନୀ।

ପୁଲିସ ସୂଚନା ଅନୁଯାୟୀ, ୟୁନିଟ୍-୬ ଭୀମପୁର ଅଞ୍ଚଳର ଗୋବିନ୍ଦ ପାତ୍ର ଦୀପାବଳି ଦିନ ସେଠାରେ ଥିବା ଏକ ଓମଫେଡ୍‌ ପାର୍ଲର୍‌ ନିକଟରେ କ୍ୟାରମ୍‌ ଖେଳୁଥିବା ବେଳେ ଜାପାନୀ ଓ ତା’ ସହଯୋଗୀମାନେ ଆସି ଗୋବିନ୍ଦଙ୍କୁ ବଟି ମାଗିଥିଲେ। କିନ୍ତୁ ଗୋବିନ୍ଦ ରାଜି ନ ହେବାରୁ ସେମାନେ ତାଙ୍କୁ ଏକ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ଗୋବିନ୍ଦ ଗୁରୁତର ଆହତ ହୋଇଥିଲେ। ଏ ସଂପର୍କରେ ଏୟାରପୋର୍ଟ ଥାନାରେ ଅଭିଯୋଗ ହେବାରୁ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ୍‌ ୨ତାରିଖ ଦିନ ବାପୁଜୀନଗର କେଦାରପଲ୍ଲୀ ବସ୍ତିର ମୁନ୍ନା ନାୟକ(୨୪)କୁ ଗିରଫ କରିଥିଲା। ଆଜି ପୁଣି ସେହି ମାମଲାରେ ପବନକୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର