ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ବାୟୁସେନା ଅଧିକାରୀଙ୍କ ଓଡ଼ିଶା ବାୟୁସେନା ଚୟନ କେନ୍ଦ୍ର ପରିଦର୍ଶନ

ଭୁବନେଶ୍ବର: ଓଡ଼ିଶା ବାୟୁସେନା ଚୟନ କେନ୍ଦ୍ରଠାରେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ବାୟୁସେନା ଅଧିକାରୀ ଏୟାର ମାର୍ସାଲ ଡି କେ ପଟ୍ଟନାୟକ ଭାରତୀୟ ବାୟୁସେନା ସଂଘ ଓଡ଼ିଶା ଶାଖାର ସଭ୍ୟମାନଙ୍କୁ ସମ୍ବୋଧିତ କରିଥିଲେ। ଓଡ଼ିଶାରେ ଏକ ବାୟୁସେନା କାର୍ଯ୍ୟାଳୟ ସ୍ଥାପନ କରିବା ନିମନ୍ତେ ସରକାରଙ୍କ ସହିତ ଆଲୋଚନା କରିବା ତାଙ୍କ ଓଡ଼ିଶା ଆଗମନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ।

ଉକ୍ତ ସଭାରେ ବାୟୁସେନା ସଂଘ ଓଡ଼ିଶା ଶାଖାର ସଭାପତି ଗ୍ରୁପ୍ କ୍ୟାପଟେନ୍‌ ଜଗଦାନନ୍ଦ ବ୍ରହ୍ମା, ଉପସଭାପତି ଗ୍ରୁପ୍ କ୍ୟାପଟେନ୍‌ ସୀତାକାନ୍ତ ନାଥ, ସମ୍ପାଦକ ବଳବାନନ୍ଦ ପାଇକରାୟ, ସହ ସମ୍ପାଦକ ପ୍ରଦୀପ କୁମାର ନାୟକ, ମୁଖ୍ୟ ଅତିଥି ଭାବେ ଏୟାର ମାର୍ସାଲ ଜ୍ୟୋତିରଂଜନ ବର୍ମା, ଏୟାର ଭାଇସ୍‌ ମାର୍ସାଲ ମହାରାଜ ମହନ୍ତଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଏବଂ ସଭ୍ୟ ଉପସ୍ଥିତ ଥିଲେ। ଉକ୍ତ ସଭାକୁ ପରିଚାଳନା କରିଥିଲେ ଚୟନ କେନ୍ଦ୍ରର କମାଣ୍ଡିଂ ଅଫିସର ୱିଙ୍ଗ କମାଣ୍ଡର ସୁନ୍ଦର। ଶେଷରେ ବାୟୁସେନା ସଂଘ ଓଡ଼ିଶା ଶାଖାର ପରାମର୍ଶଦାତା ଅରୁଣ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର