ଗଛ ଉପରେ ପକ୍ଷୀଟିଏ ଆରାମରେ ବସିଥାଏ। ଏଇ ସମୟରେ ଗଛ ମୂଳରେ ଠେକୁଆଟିଏ ଆସି ପହଞ୍ଚିଲା। ସେ ପକ୍ଷୀଟିକୁ କହିଲା-ଅପା, କ’ଣ କରୁଛୁ? ପକ୍ଷୀଟି କହିଲା-ଆରାମ କରୁଛି। ଠେକୁଆଟି କହିଲା-ମୁଁ ବି ଏଇ ଗଛ ମୂଳରେ ଆରାମ କରୁଛି। ପକ୍ଷୀଟି ତା’କୁ ଚାହିଁ ରହିଥାଏ। ଏଇ ସମୟରେ ଏକ ବଣୁଆ ଜୀବ ସେଇଗଛ ମୂଳକୁ ମାଡ଼ି ଆସୁଥିବାର ପକ୍ଷୀଟି ଦେଖିଲା। ସେ ସଙ୍ଗେ ସଙ୍ଗେ ଠେକୁଆକୁ ସତର୍କ କଲା। କିନ୍ତୁ ଠେକୁଆ ସେଥିପ୍ରତି ଧ୍ୟାନ ଦେଲା ନାହିଁ। ବଣୁଆ ଜୀବଟି ଠେକୁଆକୁ ଆକ୍ରମଣ କରି ଖଣ୍ଡିଆ ଖାବରା କରି ପକାଇଲା। ଠେକୁଆର ଏପରି ଅବସ୍ଥା ଦେଖି ପକ୍ଷୀଟି ଦୁଃଖ ପ୍ରକାଶ କରୁଥିଲା। ମାତ୍ର ଠେକୁଆ ବଞ୍ଚିଯାଇଥିବାରୁ ସୁଖୀ ଥିଲା।
ପକ୍ଷୀର ସାନ ଛୁଆଟି ମା’କୁ ପଚାରି ବସିଲା-ମାଆ ,ଅନ୍ୟର ଦୁଃଖରେ ଦୁଃଖୀ ହେବା ଠିକ କଥା? କିନ୍ତୁ ମୁ ଦେଖୁଛି ତୁ ଖୁସିଥିବା ଜଣା ପଡୁଛୁ? ସାନ ଛୁଆଟିର କଥା ଶୁଣି ପକ୍ଷୀଟି କହିଲା- ବିନା ପରିଶ୍ରମ ଓ ସତର୍କତାରେ ମିଳୁଥିବା ଆରାମକୁ ଆରାମ କୁହାଯାଏ ନାହିଁ। ଜୀବନରେ ପ୍ରତି ମୁହୂର୍ତ୍ତରେ ବିପଦର ଆଶଙ୍କା ରହିଥାଏ। ସେଥିପାଇଁ ସତର୍କ ରହିବା ଅତି ଜରୁରି ଅଟେ। ସାନ ଛୁଆଟି ମାଆ ପକ୍ଷୀର କଥା କିଛି ବୁଝି ପାରୁ ନଥାଏ।
ପକ୍ଷୀଟି କହିଲା-ଧନୀଲୋକଙ୍କ ଆରାମ ପଛରେ ଅନେକ ପରିଶ୍ରମ ଓ କୌଶଳ ଲୁଚି ରହିଛି। ଧନୀଲୋକଙ୍କ ଆରାମକୁ ଅନୁସରଣ କରି ଗରିବମାନେ ଯଦି ଆଗପଛ ବିଚାର ନକରିି ଆରାମ କରିବାକୁ ଲାଗି ପଡ଼ିବେ, ତେବେ ଠେକୁଆ ଭଳି ସେମାନଙ୍କ ଦଶା ହେବ। ସେ ପୁଣି କହିବା ଆରମ୍ଭ କଲା- ଜୀବନରେ ସଫଳତା ହାସଲ କରିବା ପାଇଁ ପରିଶ୍ରମ ଓ କଳା କୌଶଳ ଜାଣିବା ସହ ବିପଦକୁ ସାମନା କରିବାର ଦକ୍ଷତା ରହିବା ଆବଶ୍ୟକ। ଏଇ ଯେମିତି ମୋ’ର ଉଡ଼ିବାର ଦକ୍ଷତା ରହିଛି। ମୁଁ ତୋତେ ରକ୍ଷା କରିବା ପାଇଁ ସାହସର ସହ ଶତ୍ରୁମାନଙ୍କୁ ଉଡ଼ି ଉଡ଼ି ଆକ୍ରମଣ କରିପାରେ। ମୁଁ ବହୁତ ପରିଶ୍ରମର ସହ ନିଜର ସମସ୍ତ କଳାକୌଶଳ ପ୍ରୟୋଗ କରି ଏଇ ବସାଟି ବାନ୍ଧିଛି ,ଯେଉଁଠି ମୁଁ ଆରାମ କରିବା ସହ ନିଜର ଅଣ୍ଡାସବୁ ସୁରକ୍ଷିତ ରଖିଛି। ଠେକୁଆଟିକୁ କେବଳ ମୋର ‘ଆରାମ’ ଦେଖାଗଲା। ଆରାମ ପଛରେ ଲୁଚି ରହିଥିବା ପରିଶ୍ରମ ଓ କଷ୍ଟ କେବଳ ଅନୁଭବୀ ହିଁ ବୁଝିପାରେ।
ଗଛ ତଳେ ସେମିତି ପଡ଼ି ରହି ଠେକୁଆଟି ମା’ପକ୍ଷୀ ଓ ଛୁଆଙ୍କ କଥା ମନ ଦେଇ ଶୁଣୁ ଥିଲା। ଶତ୍ରୁମାନଙ୍କ ଠାରୁ ସତର୍କ ନ ରହି ପକ୍ଷୀଟିର ଆରାମ ଦେଖି ନିଜେ ଆରାମ କରିଥିବାରୁ ତାକୁ ଆଜି ଏପରି ଦଶା ଭୋଗିବାକୁ ପଡ଼ିଲା।
ଦଶମ ଶ୍ରେଣୀ,
କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ,
କାକଟପୁର,ପୁରୀ